ଘରେ ସୁଖଶାନ୍ତି ଓ ଧନ ସମ୍ପତି ବଢିବା ପାଇଁ କରନ୍ତୁ ଏହି ୫ଟି କାମ


ପ୍ରଥମେ ଘରର ବାସ୍ତୁ ଦୋଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପରିବାରରେ ସମସ୍ତେ ସମସ୍ତଙ୍କୁ ଭଲପାଇବା ଦ୍ଵାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହୁଏ ବୋଲି ବିଶ୍ବାସ ରହିଛି । ଏହାଛଡା ଘର ଲକ୍ଷ୍ମୀ କହିଲେ ମହିଳା ମାନଙ୍କୁ ବୁଝାଏ । ତେଣୁ ମହିଳା ମାନଙ୍କର ବିଶେଷ ଅବଦାନ ରହିଥାଏ ଗୋଟେ ଘରେ ଶାନ୍ତି ଆଉ ଧନ ସମ୍ପତି ବଢିବାରେ । କରନ୍ତୁ ଏହି ୫ ଟି କାମ ରୁହନ୍ତୁ ସୁଖଶାନ୍ତିରେ ।

୧. ଘରର ମହିଳା ମାନେ ପ୍ରତ୍ୟକ ଦିନ  ଉତ୍ତର ପୂର୍ବ ଦିଗରେ ଥିବା ମନ୍ଦିରରେ ଯାଇ ସଫା କରନ୍ତୁ । ଏହାଦ୍ଵାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡି ନଥାଏ ।

୨. ପ୍ରତ୍ୟକ ଦିନ ସକାଳ ସଞ୍ଜେ ଅଗଣାରେ ଥିବା ଚଉରାରେ ତୁଲସୀ ପୂଜା କରନ୍ତୁ । ଘିଅ ଦ୍ଵିପ ଦେଇ ପୂଜା କରନ୍ତୁ । ଏହାଦ୍ଵାରା ସୁଖଶାନ୍ତି ଫେରିଆସେ ଓ ଅର୍ଥାଭାବ ଦୂର ହୁଏ ।

୩. ଘରକୁ ସପ୍ତାହରେ ଥରେ ଗଙ୍ଗାଜଳ ରେ ଧୁଅନ୍ତୁ । ମୁଖ୍ୟ ଦ୍ଵାରକୁ ମଧ୍ୟ ପ୍ରତ୍ୟକ ଦିନ ଧୋଇବା ଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ।

୪. ମହିଳା ମାନେ ଗୁରୁବାରରେ ଆମିଷ ଠାରୁ ଦୂରେଇ ରୁହନ୍ତୁ । ସନ୍ଧ୍ୟାବେଳେ ଘର ସଫା କରନ୍ତୁ ନାହିଁ  ଏବଂ ସନ୍ଧ୍ୟାବେଳେ ନ ଶୋଇବା ଭଲ ।

୫. ମହିଳା ମାନେ ରାତିରେ ଶୋଇବା ପୂର୍ବରୁ ଘରର ବାସନ ସଫା କରିବା ଦରକାର । ଅଇଁଠା ବାସନ କୁ ପ୍ରଭାବ ପକାଇଥାଏ ।
ଘରେ ସୁଖଶାନ୍ତି ଓ ଧନ ସମ୍ପତି ବଢିବା ପାଇଁ କରନ୍ତୁ ଏହି ୫ଟି କାମ ଘରେ ସୁଖଶାନ୍ତି ଓ ଧନ ସମ୍ପତି ବଢିବା ପାଇଁ କରନ୍ତୁ ଏହି ୫ଟି କାମ Reviewed by Kalinga Express on September 14, 2017 Rating: 5

No comments