ବିଜେପିକୁ ଘାରିଲାଣି ସୋସିଆଲ ମିଡିଆ ଭୟ: ସୋସିଆଲ ମିଡିଆ ଖବରକୁ ସାହାଙ୍କ ନା

 
ବିଶେଷ କରି ୨୦୧୪ରେ ବିଜେପି କ୍ଷମତା ପାଇଁ ସୋସିଆଲ ମିଡିଆ ଓ ଇଲେକଟ୍ରୋନିକ ମିଡିଆର ବ୍ୟବହାରରୁ ବହୁତ ଲାଭ ପାଇଛି । କିନ୍ତୁ ଏବେ ଏମିତି କଣ ଅସୁବିଧା ହେଇଛି ଯେଉଁଥିପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କ କର୍ମୀଙ୍କୁ ସୋସିଆଲ ମିଡିଆ ଖବରକୁ ଗୁରୁତ୍ଵ ନ ଦେଇ ବୁଝି ବିଚାରି ନିଷ୍ପତି ନେବାପାଇଁ ନିର୍ଦେଶ ଦେଇଛନ୍ତି ।

 ଯେହେତୁ ଦେଶର କିଛି ମିଡିଆ ହାଉସ ଏବେ ବିଜେପିର କବ୍ଜାରେ ତେଣୁ ସେ ଦୃଷ୍ଟିରୁ ବିଜେପି ପ୍ରତି ବିଶେଷ ବିପଦ ନଥିବା ଜଣା ପଡିଛି । ସେସବୁ ମିଡିଆରେ ବିଜେପି ନିଷ୍ପତି ଅନୁସାରେ ନିଉଜ ତିଆରି ହେବାରେ କିଛି ଅସୁବିଧା ନଥାଏ, ତେଣୁ କେଉଁ ନିଉଜକୁ ରଖାଯିବ କେଉଁ ନିଉଜକୁ କଟାଯିବ ତାହା ତାଙ୍କ ହାତରେ ଥାଏ । ତେଣୁ ସେଥିପ୍ରତି ଭୟ ନଥାଏ । କିନ୍ତୁ ଏବେ ଦେଶରେ ସମସ୍ତ ବିରୋଧୀ ଦଳ ଗୁଡିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ କାମ କରୁଛନ୍ତି । ତେଣୁ ବିଜେପିର ଅସଲ ଚେହେରାକୁ ସେମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ଯାହା ଫଳରେ ବିଜେପି ପଛର ସମସ୍ତ ରହସ୍ୟ ଲୋକଙ୍କ ସାମ୍ନା କୁ ଆସି ପାରୁଛି ।  ଯାହା କି ବିଜେପି ପାଇଁ ଚିନ୍ତାର କାରଣ ହେଇଛି ।


 ୨୦୧୪ରେ ବିଜେପି ବହୁଳ ଭାବେ ଫେକ ଫୋଟୋଶପ ଜରିଆରେ ସୋସିଆଲ ମିଡିଆ ବ୍ୟବହାର କାରୀଙ୍କୁ ବାନ୍ଧି ରଖିବାରେ ସଫଳ ହେଇଥିଲା । ଯାହାକୁ ଏବେ ବିରୋଧୀ ଦଳ ମଧ୍ୟ କିଛି ମାତ୍ରରେ ଆପଣାଇ ନେଇଛନ୍ତି । ନିଜ ଦଳର ଗୁଣ ଗାନ କରିବା ସହ ଅନ୍ୟ ଦଳର ନେତା ମନ୍ତ୍ରୀଙ୍କୁ ବି କଟୁ ସମାଲୋଚନା କରିବା ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ । ଏସବୁ ଦିନକୁ ଦିନ ବିଜେପିର ମୁଣ୍ଡ ବଥାର କାରଣ ସାଜିଥିବା କୁହାଯାଉଛି । 
ବିଜେପିକୁ ଘାରିଲାଣି ସୋସିଆଲ ମିଡିଆ ଭୟ: ସୋସିଆଲ ମିଡିଆ ଖବରକୁ ସାହାଙ୍କ ନା ବିଜେପିକୁ ଘାରିଲାଣି ସୋସିଆଲ ମିଡିଆ ଭୟ: ସୋସିଆଲ ମିଡିଆ ଖବରକୁ ସାହାଙ୍କ ନା Reviewed by Kalinga Express on September 14, 2017 Rating: 5

No comments