ମୋଦୀଙ୍କୁ ଭୋଟ ଦେବାକୁ ବାପା ମା ଙ୍କ ସହ କରିଥିଲୁ ଝଗଡା: ଆଜି ପାଇଲୁ ତାର ଉପହାର



ବାରଣାସୀ | ବନାରସ ହିନ୍ଦୁ ୟୁନିଭରସିଟିରେ ଅର୍ଦ୍ଧ ରାତ୍ରିରେ ପ୍ରତିବାଦ କରୁଥିବା ଛାତ୍ରୀଙ୍କ ଉପରେ ହେଇଥିବା ଲାଠିଚାର୍ଜ ପରେ କିଛି ଛାତ୍ରୀ କରିଛନ୍ତି ଏମିତି କିଛି ଅଭିଯୋଗ । ତାଙ୍କର ଅଭିଯୋଗ ଥିଲା, ସେମାନେ ଛାତ୍ରୀଙ୍କ ଉପରେ ଘଟୁଥିବା ଅତ୍ୟାଚାର ଉପରେ ପ୍ରତିବାଦ କରୁଥିଲେ, କିନ୍ତୁ ପୋଲିସ ଆଖି ପିଛୁଳାକେ ଲାଠିଚାର୍ଜ କରିଥିଲା । ହଷ୍ଟେଲ ପର୍ଯ୍ୟନ୍ତ ଗୋଡେଇ ଗୋଡେଇ ପିଟିଥିଲା ବୋଲି ଛାତ୍ରୀ ମାନେ ଅଭିଯୋଗ ମଧ୍ୟ କରିଛନ୍ତି । ଏହାପରେ ୟୁନିଭରସିଟିର ସମସ୍ତ ଛାତ୍ରଛାତ୍ରୀ ବିରୋଧ କରିବା ସହ ଏହାକୁ ସରକାରଙ୍କ ହିଟଲରି ଶାସନ ବୋଲି କହିଥିଲେ ।



 କିଛି ଛାତ୍ରଙ୍କ କହିବା ଅନୁଯାୟୀ ସେମାନେ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେବା ପାଇଁ ନିଜ ବାପା ମା ଙ୍କୁ କହିବା ସହ ତାଙ୍କୁ ବୁଝାଇଥିଲେ କି ମୋଦୀ ସରକାର ଆସିଲେ ଅଚ୍ଛେଦିନ ଆସିବ ଓ ଦେଶର ଅବସ୍ଥା ବଦଳିଯିବ । ଗୁଜୁରାଟରେ ମୋଦୀଙ୍କ ବିକାଶକୁ ଦେଖି ସେମାନେ ଦେଶରେ ସମନ୍ଵିତ ବିକାଶ ଧାରା ସପକ୍ଷରେ ରହି ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ହିସାବରେ ଦେଖିବାକୁ ଚାହୁଁଥିଲେ ବୋଲି କହିଥିଲେ ।  କିନ୍ତୁ ଏମିତି କିଛି ଘଟନା ତାଙ୍କୁ ଦୁଃଖିତ କରିଛି ବୋଲି ସେ କାନ୍ଦି କାନ୍ଦି ଜବାବ ରଖିଥିଲେ । ଆମେ ଅତ୍ୟାଚାର ଯୋଗୁଁ ପ୍ରତିବାଦ କରୁଥିଲୁ କିନ୍ତୁ ପୋଲିସ ଆମ ଉପରେ ଲାଠିଚାର୍ଜ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ ।
ମୋଦୀଙ୍କୁ ଭୋଟ ଦେବାକୁ ବାପା ମା ଙ୍କ ସହ କରିଥିଲୁ ଝଗଡା: ଆଜି ପାଇଲୁ ତାର ଉପହାର ମୋଦୀଙ୍କୁ ଭୋଟ ଦେବାକୁ ବାପା ମା ଙ୍କ ସହ କରିଥିଲୁ ଝଗଡା: ଆଜି ପାଇଲୁ ତାର ଉପହାର Reviewed by Kalinga Express on September 25, 2017 Rating: 5

1 comment

  1. The students mass has brought BJP to power.Again they will change this autocracy.Wait and watch.

    ReplyDelete