ବିଜେଡି ଆଣିଲା ଅଭିଯୋଗ: ପ୍ରଭାତଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ


 ଓଡିଶା ରାଜନୀତିରେ ଏବେ ପ୍ରତ୍ୟେକ ଦିନ ଏକ ନୂଆ ନୂଆ ମୋଡ ଦେଖିବାକୁ ମିଳୁଛି । ବିଜେଡି ଆଉ ବିଜେପି ଭିତରେ ବାକ ଯୁଦ୍ଧ ଲାଗି ରହିଛି । ବିଜେଡ଼ିର ରାଜ୍ୟବ୍ୟାପୀ ହରତାଳ ପରେ ପରେ ସିବିଆଇ ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ଵାଳଙ୍କୁ ଗିରଫ କରିବା ଘଟଣା ଏବେ ଓଡିଶା ରାଜନୀତିକୁ ପୁରା ସରଗରମ କରି ରଖିଛି । ବିଜେଡି ଅଭିଯୋଗ କରିଛି କି ପ୍ରଭାତଙ୍କ ଗିରଫ ବିଜେପିର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ଖୁଲମ ଖୁଲା ଅଭିଯୋଗ ଆଣିଛି ବିଜେପି ବିରୁଦ୍ଧରେ । ସିବିଆଇକୁ ମାଧ୍ୟମ କରି ବିଜେପି ଏଭଳି ଖେଳ ଖେଳିଛି ବୋଲି ବିଜେଡ଼ିର ମୁଖପାତ୍ର ଅଭିଯୋଗ ଆଣିଛନ୍ତି ।

 ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି କି 3 ବର୍ଷ ଧରି ଗିରଫ ନ କରି ସିବିଆଇ ପ୍ରଭାତଙ୍କୁ ପଚରାଉଚରା କରୁଥିଲା, କିନ୍ତୁ ବିଜେଡ଼ିର ତୈଳ ଦର ବିରୁଦ୍ଧରେ ଆନ୍ଦୋଳନ ପରେ କାହିଁକି ଗିରଫ କରାଗଲା । କିଛି ଦିନ ତଳେ ଅମିତ ସାହାଙ୍କ ଓଡିଶା ଗସ୍ତ ସମୟରେ ସେ କହିଥିଲେ କି ବିଜେଡ଼ିର ଜଣକ ପରେ ଜଣକୁ ଜେଲ ପଠାଯିବ । ଆଉ ଏବେ ସେହି କଥାକୁ କାମରେ ଦେଖାଇଛି ବିଜେପି ସିବିଆଇକୁ ଧରି ବୋଲି ବିଜେଡି ଅଭୋଯୋଗ କରିଛି । ବିଜେପି ରାଜନୈତିକ ପ୍ରତିଶୋଧ ନଉଛି ବୋଲି ବିଜେଡି କହିଛି । ସିବିଆଇକୁ ହାତବାରିଶି କରି ନିଜର ଆଶା ଆକାଂକ୍ଷା ପୁରା କରିବାରେ ଲାଗିପଡିଛି ବିଜେପି । ମୁଖପାତ୍ରଙ୍କ କହିବା ଅନୁଯାୟୀ ବିଜେଡି ଏହାକୁ ବରଦାସ୍ତ କରିବ ନାହିଁ ଓ ଏହାର ଦୃଢ ଜବାବ ଦେବ । ଏହାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଲୋକ ମାନେ ମଧ୍ୟ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟ ବୋଲି କହିବୁଲୁଛନ୍ତି । ବିଜେପିର ଏହି ଶିକାରରେ ଅସ୍ତ୍ର ଆଉ ବୁମେରାଙ୍ଗ ହବନିତ ? ଏହା କେବଳ ସମୟ ହିଁ କହିବ ।
ବିଜେଡି ଆଣିଲା ଅଭିଯୋଗ: ପ୍ରଭାତଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବିଜେଡି ଆଣିଲା ଅଭିଯୋଗ: ପ୍ରଭାତଙ୍କ ଗିରଫ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ Reviewed by Kalinga Express on September 19, 2017 Rating: 5

No comments