ସତ୍ୟଙ୍କ ସତ୍ୟପାଠରେ ହବକି ବଡ ଖୁଲାସା ?


     ରବିବାର ସନ୍ଧ୍ୟାରେ ଓଡିଶାର ଜଣେ ସୁଦକ୍ଷ ଓ ନିର୍ଭୀକ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ତାଙ୍କର ସତ୍ୟପାଠ ନାମକ ଏକ ଲାଇଭ ରେଡିଓ ମାଧ୍ୟମରେ ଏମିତି କିଛି ଖବର ପ୍ରକାଶ କରିବାକୁ ଚାହିଁଛନ୍ତି, ଯାହା କି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସୁବିଧାରେ ପକାଇପାରେ । ଶ୍ରୀଯୁକ୍ତ ନାୟକ ଏକ ଛୋଟ ରେଡିଓ ରେକର୍ଡିଂ କ୍ଲିପ ମାଧ୍ୟମରେ ଆଜି ସୋମବାର ତା୧୧ରିଖ ସନ୍ଧ୍ୟା ୮ଘଟିକା ସମୟରେ ଏକ ଲାଇଭ ଭିଡିଓ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କ କ୍ୟାବିନେଟ ପାହ୍ୟାକୁ ପ୍ରମୋଶନ ପଛର ପ୍ରକୃତ ରହସ୍ୟର ଖୁଲାସା କରିବାକୁ ଜଣାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

    ସତରେ କଣ ହେଇପାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରମୋଶନର ଅସଲ ରହସ୍ୟ । ଏହାକୁ ନେଇ ସୋସିଆଲ ମିଡିଆରେ ସମସ୍ତେ ଉତ୍କଣ୍ଠାରେ ଚାହିଁ ରହିଛନ୍ତି । କେଉଁ କାରଣ ରହିଛି ଏହି ପ୍ରମୋଶନ ପଛରେ ? ଅର୍ଥ ଆଉ ଦକ୍ଷତା କୁ ନେଇ ଉଠିଛି ପ୍ରଶ୍ନ । କେଉଁ ଦସ୍ତାବିଜ ଆଧାରରେ ଶ୍ରୀଯୁକ୍ତ ନାୟକ କରିବାକୁ ଚାହିଁଛନ୍ତି ଏହାର ମହାଖୁଲାସା । ଆଜି ହେବ ଏକ୍ସପୋଜ । ଅପେକ୍ଷା କରିବାକୁ ପଡିବ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ । ନିଜ ଫେସବୁକ ପେଜରେ ଲାଇଭ ଭିଡିଓରେ ଖୁଲାସା କରିବେ ଶ୍ରୀଯୁକ୍ତ ନାୟକ ।
ସତ୍ୟଙ୍କ ସତ୍ୟପାଠରେ ହବକି ବଡ ଖୁଲାସା ? ସତ୍ୟଙ୍କ ସତ୍ୟପାଠରେ ହବକି ବଡ ଖୁଲାସା ? Reviewed by Kalinga Express on September 11, 2017 Rating: 5

No comments