ଓଡିଶାରେ ବିଜେପି ଆରମ୍ଭ କରିବ କି ବାଇକି ଯୋଜନା: କାରଣ କଣ ହେଇପାରେ ?


  ଓଡିଶାକୁ ପ୍ରୟୋଗଶାଳା କରିଛି ଭାରତୀୟ ଜନତା ପାର୍ଟି, କଳେ ବଳେ କୌଶଳେ କିପରି ଭାବେ ଓଡିଶାକୁ ହାତ ମୁଠାକୁ ଅଣାଯାଇପାରିବ ସେଇ ଚିନ୍ତାରେ ଦଳର ସଭାପତି ଅମିତ ସାହା । ସାହାଙ୍କ ଓଡିଶା ଗସ୍ତ ଶେଷ ପରେ ଓଡିଶା ବିଜେପି ପାର୍ଟି ଅଫିସରେ ଆସି ପହଞ୍ଚିଛି ୨୦୦ ମଟରସାଇକେଲ । ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ଦେବାପାଇଁ ସ୍ଥିର କରାଯାଇଛି ଏହି ବାଇକି । ଯାହାକୁ ନେଇ ଏବେ ଓଡିଶାରେ ଚର୍ଚ୍ଚା ଲାଗି ରହିଛି । ଏଥିପାଇଁ ଟଙ୍କା କେଉଁଠାରୁ ଆସୁଛି, ଏହା କଳା ଟଙ୍କା କି ବୋଲି ପ୍ରଶ୍ନ ଉଠିଛି । ଏହି ଧଳା ଟିଭିଏସ ବାଇକି ସବୁ ଉତ୍ତରପ୍ରଦେଶରୁ ଆସିଛି ବୋଲି ଜଣା ପଡିଛି । ଉତ୍ତରପ୍ରଦେଶ ସଫଳତା ପରେ ଓଡିଶାରେ ସେଇ ଉପାୟ ପ୍ରୟୋଗ କରିବାକୁ ଯୋଜନା କରିଛି ବିଜେପି । ଏଥିରେ କେତେ ମାତ୍ରାରେ ସଫଳତା ପାଇପାରୁଛି ବିଜେପି ତାହା କେବଳ ସମୟ କହିବ ।

   ବାଇକି ସହ ସମସ୍ତ ଖର୍ଚ୍ଚର ବ୍ୟବସ୍ଥା ମଧ୍ୟ କରାଯାଇଛି ପର୍ଯ୍ୟବେକ୍ଷକ ମାନଙ୍କ ପାଇଁ । ଆଉ ଏହାର ଦାଇତ୍ଵ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ଦୁଇ ଗୁମାସ୍ତା । କାର୍ଯ୍ୟକର୍ତାଙ୍କ ମନକୁ ଦୃଢ କରିବାକୁ ଏପରି ନିଷ୍ପତି ନିଆଯାଇଛି ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି । କିନ୍ତୁ ସାଧାରଣ ଲୋକଟି ମନରେ କିଛି ପ୍ରଶ୍ନ ଉଙ୍କି ମାରିଛି ଏସବୁ ବାଇକି କୁ ନେଇ । କେଉଁଠୁ ଆସୁଛି ଟଙ୍କା ଏସବୁ ଜିନିଷ ପାଇଁ କିଏ ଦେଉଛି ଏସବୁ, ଏମିତି କିଛି ପ୍ରଶ୍ନ । କଣ ଏଥିପାଇଁ ଗରିବର ପଇସାକୁ ବ୍ୟବହାର କରାଯାଉଛି ନିଜର ପ୍ରଚାରରେ ? ଗରିବର ଟାକ୍ସ ଟଙ୍କାକୁଏହିଭଳି ଭାବେ ବ୍ୟବହାର କରାଯାଉଛି ? ଏମିତି କିଛି ପ୍ରଶ୍ନ ଆଜି ସାମ୍ନାକୁ ଆସିଛି । ଦେଖାଯାଉ ଏଥିରେ ବିଜେପି କେତେ ସଫଳ ହେଇପାରୁଛି ତାହା କେବଳ ସମୟ ହିଁ କହିବ । 
ଓଡିଶାରେ ବିଜେପି ଆରମ୍ଭ କରିବ କି ବାଇକି ଯୋଜନା: କାରଣ କଣ ହେଇପାରେ ? ଓଡିଶାରେ ବିଜେପି ଆରମ୍ଭ କରିବ କି ବାଇକି ଯୋଜନା: କାରଣ କଣ ହେଇପାରେ ? Reviewed by Kalinga Express on September 11, 2017 Rating: 5

No comments