ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା କିଛି ପ୍ରଶ୍ନ: ଦେଖନ୍ତୁ


ପ୍ରତିଥର ଭଳି ଅମିତ ଶାହାଙ୍କ ଓଡିଶା ଗସ୍ତ ସମୟରେ କିଛି ନା କିଛି ରୋଚକ ଖବର ସାମ୍ନାକୁ ଆସିଥାଏ । ଦୁଇଦିନ ଧରି ବିଜେପି ଓ ବିଜେଡି ମଧ୍ୟରେ ଲାଗି ରହିଥିବା ଛକା ପଞ୍ଝା ଓ କଥା କଟାକଟି ସତ୍ବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି କିଛି ପ୍ରଶ୍ନ । ଏହି ସବୁ ପ୍ରଶ୍ନକୁ ଇଲେକ୍ଟ୍ରୋନିକ ମିଡିଆ ଓ ପ୍ରିଣ୍ଟ ମିଡିଆ ଅମିତ ଶାହା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ଆସନ୍ତୁ ଦେଖିବା କେମିତି ରହିଛି ସେହି ପ୍ରଶ୍ନ । 

ଓଡ଼ିଆ ଟିଭି ଚାନେଲ ଯୋଦ୍ଧା ମାନଙ୍କୁ ଚାଲେଞ୍ଜ, ନିମ୍ନଲିଖିତ ପ୍ରଶ୍ନଗୁଡିକ ଧର୍ମେନ୍ଦ୍ରବାବୁଙ୍କୁ ପଚାରି ନିଜର ଔକାତ୍ ଦେଖାନ୍ତୁ, ନଚେତ୍ ଶବ୍ଦ ପ୍ରଦୁଷଣ ବନ୍ଦ କରି ପାନ ଦୋକାନ ଖୋଲନ୍ତୁ ।
୧. ସେ ନିଜେ ଏତେ କଥା କହୁଛନ୍ତି, ଖଣି ଦୁର୍ନୀତିର ସି.ବି.ଆଇ ଯାଞ୍ଚ ଦାବି ଥରୁଟିଏ ତୁଣ୍ଡରେ କାହିଁକି ଧରିନାହାନ୍ତି ?
୨. ବିଜେଡ଼ି ସହ ଆପଣଙ୍କ କି ସମ୍ପର୍କ ରହିଛି, ଯାହା ଫଳରେ ଦୁର୍ନୀତିରେ ଧରାପଡିଥିବା ଆପଣଙ୍କ ଭାଈଙ୍କୁ ଅଗ୍ରୀମ ଜାମିନି ଆଣିବାକୁ ପଛେ ଦେଢ଼ ମାସ ଲାଗିଗଲା, କିନ୍ତୁ ନବୀନବାବୁଙ୍କ ଅଧୀନରେ ଥିବା ଭିଜିଲାନ୍ସ ତାଙ୍କୁ ଗିରଫ କଲାନାହିଁ ? ଆପଣଙ୍କ ଭାଈ ସ୍ଥାନରେ ଯଦି ଜଣେ ସାଧାରଣ ଲୋକ ଥାନ୍ତା, ସେ ଗିରଫଦାରୀରୁବର୍ତ୍ତି ପାରିଥାନ୍ତା କି ?
୩. ଆପଣ ଗ୍ୟାସ୍ ବିଭାଗର ମନ୍ତ୍ରୀ ଥାଇ ଆପଣଙ୍କ ଭାଈ ଗ୍ୟାସ ଦୁର୍ନୀତିରେ ଧରାପଡିଥିଲେ । ତେଣୁ ଆପଣ ମନ୍ତ୍ରୀପଦରେ ଥାଇ ନିରପେକ୍ଷ ଯାଞ୍ଚ ହୋଇପାରିବ କି ?
୪. ଆପଣଙ୍କ ମନ୍ତ୍ରୀତ୍ବ ସମୟରେ ବିଦେଶରେ କଞ୍ଚା ତେଲ ସବୁଠାରୁ ଶସ୍ତା ଥିବାବେଳେ ଆମେ କାହିଁକି ମହଙ୍ଗା ଦରରେ ପେଟ୍ରୋଲ କିଣୁଛୁ ?
୫. ଉଜାଲା ଯୋଜନାରେ ଆପଣ ଯଦି ଦୁଇ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦେଲେଣି, ତେବେ ଗ୍ୟାସ କମ୍ପାନୀ ମାନଙ୍କ ଗ୍ୟାସ ବିକ୍ରି କାହିଁକି ବଢୁନାହିଁ ? ଇଏ ବି ଜନଧନ ଯୋଜନା ଭଳି ଗୋଟିଏ ଭେଳିକି ନୁହଁ କି ?
୬. ଅନ୍ୟ ଦଳମାନେ ଜନସଭା କଲେ ତିନି ଦିନ ଭିତରେ ଆୟକର ବିଭାଗର ନୋଟିସ ଆସିଯାଉଛି । ଆପଣଙ୍କ ଦଳର ରାଲି ପାଇଁ କାହିଁକି ସେପରି ହେଉନାହିଁ ?
୭. ଆପଣ ପ୍ରତ୍ୟେକ ଥର ଭୁବନେଶ୍ବରରେ ପ୍ରୋଗ୍ରାମ କଲେ ଟ୍ରକ୍ ଟ୍ରକ୍ କପଡା ଓ ସିଲ୍କ ବ୍ୟାନର୍ ଲଗାଉଛନ୍ତି । ଏଥିପାଇଁ ଟଙ୍କା ଆପଣ କମେଇ ସାରିଲେଣି ନା ଆଗାମୀ ଦିନରେ କମେଇବେ ?
୮. ଗୁଜରାଟରେ ମୋଦିଙ୍କ ପାପରୁ ସୄଷ୍ଟି ଓ କୋଡିଏ ହଜାର କୋଟି ଖର୍ଚ୍ଚ କରି କଞ୍ଚାତେଲ ବାହାର କରିପାରିନଥିବା ଜିଏସପିସିକୁ ଆମ ଓଏନଜିସି ସହିତ ମିଶାଇବାକୁ ଆପଣ କାହିଁକି ବାଧ୍ୟ କରୁଛନ୍ତି ?
୯. ଆପଣ ବିଭାଗୀୟ ମନ୍ତ୍ରୀ ଥାଇ ଓଏନଜିସିର ଟଙ୍କା ମୋଦିଫେଷ୍ଟରେ ଖର୍ଚ୍ଚ ହେବାକୁ କିଏ ଅନୁମତି ଦେଲା ?
୧୦. ଆପଣ ଓ ଆପଣଙ୍କ ଦଳ ଯଦି ଓଡିଶା ବାହାର ଓ ଆପଣଙ୍କ ବିଭାଗରେ ଆପଣଙ୍କ କାର୍ଯ୍ୟ ବିଷୟରେ ପ୍ରଶ୍ନ ନେବାକୁ ଅନିଛୁକ, ତେବେ ଆପଣ  କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓଡ଼ିଶାରେ ରାଜନୀତି କରିବେ କି ? ଓଡ଼ିଶା ବାହାର ନେତାଙ୍କୁ ଓଡିଶା ରାଜନୀତିରେ ମୁଣ୍ଡ ପୁରାଇବା ବନ୍ଦ କରିବେ କି ?
ଚାନେଲ୍ ବୀରମାନେ, ସାହସ ଅଛି ତ ପଚାରନ୍ତୁ ।


ସୌଜନ୍ୟ - ସୋସିଆଲ ମିଡିଆ
ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା କିଛି ପ୍ରଶ୍ନ: ଦେଖନ୍ତୁ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିବା କିଛି ପ୍ରଶ୍ନ: ଦେଖନ୍ତୁ Reviewed by Kalinga Express on September 08, 2017 Rating: 5

No comments