ଭାରତରେ ବୁଲେଟ ଟ୍ରେନର ସ୍ଵପ୍ନ ଓ ବାସ୍ତବତା: Kalinga Express News


 ବାରମ୍ବାର ରେଳ ଦୁର୍ଘଟଣା ଓ ରେଳ ବିଭାଗରେ ଥିବା ସମସ୍ୟା ପ୍ରତିଦିନ ଗଣମାଧ୍ୟମରେ ବାହାରୁଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜାପାନ ସହଯୋଗରେ ଭାରତରେ ବୁଲେଟ ଟ୍ରେନ ଯୋଜନାର ଶୁଭାରମ୍ଭ କରିଛନ୍ତି । ବାସ୍ତବତାକୁ ଆଖି ଆଗକୁ ଆଣିବା ଅପେକ୍ଷା ଏହା ଲୋକଦେଖାଣିଆ ପ୍ରକଳ୍ପ ବୋଲି ଚର୍ଚ୍ଚା ଚାଲିଛି । ଗୁଜୁରାଟ ନିର୍ବାଚନକୁ ଆଖି ଆଗରେ ରଖି ଏସବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସ୍ପଷ୍ଟ ଜଣା ପଡିଛି ।

 ଦେଖିବାକୁ ଗଲେ ଏବେ ଗୁଜୁରାଟରୁ ମୁମ୍ବାଇକୁ ଯାତାୟାତ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି । ବିମାନ ଓ ରେଳ ଚଳାଚଳରେ ମଧ୍ୟ ଢେର ସୁବିଧା ରହିଛି । ଏତେ ସବୁ ସୁବିଧା ଥାଇ ମଧ୍ୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ସରକାର କେଉଁ ସ୍ଵାର୍ଥରେ ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ ଉଠିଛି । ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହି ବୁଲେଟ ଟ୍ରେନର ଖର୍ଚ୍ଚ ବହୁ ଗୁଣରେ ଅଧିକ । ତେଣୁ ଏହାକୁ ଗୁରତ୍ଵ ନ ଦେଇ ସରକାର ଦେଶରେ ଥିବା ଗରିବୀ, ଅପପୃଷ୍ଟି,ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଲେ ଦେଶ ତୃଣାମୂଳ ସ୍ତରରୁ ସୁଦୃଢ ହୋଇପାରିବ, ଏଥିରେ ସନ୍ଦେହ ନାହିଁ । 
ଭାରତରେ ବୁଲେଟ ଟ୍ରେନର ସ୍ଵପ୍ନ ଓ ବାସ୍ତବତା: Kalinga Express News ଭାରତରେ ବୁଲେଟ ଟ୍ରେନର ସ୍ଵପ୍ନ ଓ ବାସ୍ତବତା: Kalinga Express News Reviewed by Kalinga Express on September 15, 2017 Rating: 5

No comments