ବାଉଳା ହେଲା ସିବିଆଇ: Kalinga Express Odia News


 ଚିଟଫଣ୍ଡ ଠକେଇ ଘଟଣାରେ ଏବେ ସିବିଆଇ କାର୍ଯ୍ୟ।ନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଛି । ସନ୍ଦେହ ଘେରକୁ ଆସିଛି ଏହି ଘଟଣା । ଅନେକ ଏହି ଘଟଣାରେ ସିବିଆଇର ବିଶ୍ଵସନୀୟତାକୁ ନେଇ ଦ୍ଵନ୍ଦରେ । ଏମିତି ଏକ ସମୟରେ ସିବିଆଇ ଅନ୍ୟ ଏକ ତଦନ୍ତ ଘଟଣାରେ ଫେଲ ମାରିବା ଘଟଣା ବିବାଦ ସୃଷ୍ଟି କରିଛି । ଓକିଲ ମହାସଂଘ ଏହାକୁ ନେଇ ଚିଟଫଣ୍ଡ ତଦନ୍ତର ସ୍ଵଚ୍ଛତା ଉପରେ ପ୍ରଶ୍ନ ଉଠେଇଛନ୍ତି ।

 ଘଟଣା ଏମିତି ଥିଲା, ମଙ୍ଗଳବାର ରାତି ପ୍ରାୟ ୧ଟା ପରେ ସିବିଆଇ ଜଣେ ପୂର୍ବତନ ବିଚାରପତିଙ୍କୁ ଖୋଜିବାକୁ ଯାଇ ବର୍ତ୍ତମାନର କାର୍ଯ୍ୟରତ ବିଚାରପତିଙ୍କ ଘରେ ଭୁଲରେ ପଶିବାକୁ ଉଦ୍ୟମ କରିଥିଲେ । ଫାଟକରେ ଥିବା ଫଳକକୁ ଅଣଦେଖା କରି ଘଟାଇଥିବା ଏହି ଘଟଣାରେ ସିବିଆଇର ବିନା କୌଣସି ସର୍ବନିମ୍ନ କସରତର କାମ ବୋଲି ଚର୍ଚ୍ଚା ହେଉଛି । ଓକିଲ ମହାସଂଘ ଏହାକୁ ନିନ୍ଦା କରିବା ସହ ଦେଶର ଆଇନ ବ୍ୟବସ୍ଥାକୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ସିବିଆଇ ଇନିସପେକ୍ଟର ଓ ତାଙ୍କ ସହିତ ଥିବା ସମସ୍ତ ଅଧିକାରୀଙ୍କ ନାମରେ କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମାମଲା ରୁଜୁ କରିଛି ।
ବାଉଳା ହେଲା ସିବିଆଇ: Kalinga Express Odia News ବାଉଳା ହେଲା ସିବିଆଇ: Kalinga Express Odia News Reviewed by Kalinga Express on September 21, 2017 Rating: 5

No comments