ସବୁ ଅଙ୍କ ଭୁଲ ହେଇଗଲା: ସାହାଙ୍କ ମିଶନକୁ ନେଇ ଚନ୍ଦନଙ୍କ ସନ୍ଦେହ


 ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କ ମିଶନ ୧୨୦ କୁ ନେଇ ନବୀନଙ୍କ ଭଳି ବିଜେପିର ପୂର୍ବତନ ପ୍ରଭାରୀ ତଥା ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଚନ୍ଦନ ମିତ୍ର ସନ୍ଦେହ ପ୍ରକଟ କରିଛନ୍ତି । ସେ ଏକ ପ୍ରମୁଖ ଗଣମାଧ୍ୟମରେ ତାଙ୍କ ଦ୍ଵାରା ଲେଖା ଯାଇଥିବା ଏକ ଆର୍ଟିକିଲ ମାଧ୍ୟମରେ ଦର୍ଶାଇଛନ୍ତି କି ସାହାଙ୍କ ମିଶନ ଓଡିଶା ସମ୍ଭବ ପର ନୁହଁ । ଏହାକୁ ନେଇ ବିଜେପିର ଓଡ଼ିଶା ମିଶନ ଉପରେ ଏବେ ପ୍ରଶ୍ନବାଚୀ ଉଠିଛି । ଆର୍ଟିକିଲକୁ ନେଇ ବିଜେଡି ଶ୍ରୀ ମିତ୍ରଙ୍କ ଅଭିଙ୍ଗ୍ୟତା କଥା କହୁଥିବା ବେଳେ ବିଜେପି ମିତ୍ର ଭୁଲ କହୁଛନ୍ତି ଓ ସେ ଏବେ ଓଡ଼ିଶା ବିଷୟରେ ଅବଗତ ନାହାନ୍ତି ବୋଲି ଦାବି କରିଛି ।

 ଓଡ଼ିଶା ଉପରେ ଚନ୍ଦନଙ୍କ ଏଭଳି ଟିପଣୀ ଓଡ଼ିଶା ବିଜେପିର ମନୋବଳକୁ ଦୃଢ କରିବା ପରିବର୍ତ୍ତେ ଆଶା ଆଶଙ୍କା ରେ ଭରି ଦେଇଛି । ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି କି ଚନ୍ଦନଙ୍କର ଓଡ଼ିଶା ଉପରେ ଖୁବ ଅଭିଜ୍ଞତା ରହିଛି ଏବଂ ସେ ଜାଣିଛନ୍ତି ଓଡ଼ିଶା ଲୋକ ନବୀନ ଙ୍କୁ କେତେ ମାତ୍ରାରେ ଭଲ ପାଆନ୍ତି । ତେଣୁ ସେ ଜାଣିଥିବା କଥା ଦର୍ଶାଇଛନ୍ତି ତାଙ୍କ ଆର୍ଟିକିଲରେ ବୋଲି ଶ୍ରୀ ନନ୍ଦ କହିଛନ୍ତି । କିନ୍ତୁ ପୃଥୀରାଜ ହରିଚନ୍ଦନ କହିଛନ୍ତି ଶ୍ରୀ ମିତ୍ର ଯାହା କହିଛନ୍ତି ସେ ଓଡ଼ିଶା ବିଷୟରେ ଏବେ କିଛି ନ ଜାଣି କହିଛନ୍ତି । ତେଣୁ ତାଙ୍କ କଥାରେ କୌଣସି ଗୁରୁତ୍ଵ ନାହି ବୋଲି ସେ ଅନୁଭବ କରିଛନ୍ତି । କିନ୍ତୁ ବାସ୍ତବରେ ଚନ୍ଦନଙ୍କ ବାଣ ବିଜେପିକୁ ଘାଇଲା କରିସାରିଛି । ତେଣୁ ତାଙ୍କ ବାଣୀ ରାଜ୍ୟରୁ କେନ୍ଦ୍ର ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହାକୁ ନେଇ ମଧ୍ୟ କେମିତି କାଉଣ୍ଟର କରାଯାଇପାରିବ ତାହା ବିଜେପିକୁ ଅଡୁଆ ପରିସ୍ଥିତିରେ ପକାଇଛି । 
ସବୁ ଅଙ୍କ ଭୁଲ ହେଇଗଲା: ସାହାଙ୍କ ମିଶନକୁ ନେଇ ଚନ୍ଦନଙ୍କ ସନ୍ଦେହ ସବୁ ଅଙ୍କ ଭୁଲ ହେଇଗଲା: ସାହାଙ୍କ ମିଶନକୁ ନେଇ ଚନ୍ଦନଙ୍କ ସନ୍ଦେହ Reviewed by Kalinga Express on September 22, 2017 Rating: 5

No comments