ଛାତ୍ର ସଂସଦ ନିର୍ବାଚନୀ ହିଂସା: ବିଜେଡି ନେତାଙ୍କୁ ହତ୍ୟା

 

 ଗଞ୍ଜାମ/ଛତ୍ରପୁର: ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ବେଳେ କିଛି କିଛି ସ୍ଥାନରେ ଏହା ଉଗ୍ର ରୂପ ଧାରଣ କରିଛି । ଏମିତିକି କିଛି କଲେଜରେ ବିଶୃଙ୍ଖଳା ଯୋଗୁଁ ନିର୍ବାଚନ ବାତିଲ କରିଦିଆଯାଇଛି । ଗତକାଲି ଛତ୍ରପୁରର ଜଣେ କାଉନସିଲରଙ୍କୁ ବିଦ୍ଧିବଦ୍ଧ ଭାବେ ହତ୍ୟା କରାଯାଇଛି । କିଛି ଦୁର୍ବୁତ୍ତ ଛତ୍ରପୁର ଅଞ୍ଚଳର ଯୁବ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ତାଙ୍କର ଭାଇ ଏବଂ ଜଣେ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି । କିଛି ଅଣଛାତ୍ର କାଉନସିଲରଙ୍କ ସୂର୍ଯ୍ୟନଗର ସ୍ଥିତ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟା ଘଟଣା ସିସିଟିଭି ରେ କଏଦ ହେଇଛି । ଗୁରୁତର ଅବସ୍ଥାରେ ମେଡିକାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରୁ ପୋଲିସ କିଛି ମାରଣାସ୍ତ୍ର ଜବତ ମଧ୍ୟ କରିଛି । ଅଧିକ ବିଶୃଙ୍ଖଳା ଆଶାରେ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

 ଶ୍ରୀଯୁକ୍ତ ପ୍ରଧାନ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଦାଇତ୍ଵ ତୁଲାଉଥିଲେ । ପ୍ରାର୍ଥୀପତ୍ର ଦାଖଲ ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ସହ ସାମାନ୍ୟ ବଚସା ଶେଷରେ ଉଗ୍ର ରୂପ ଧାରଣ କରି ହତ୍ୟା କାରଣ ସାଜିଛି । ଲକ୍ଷ୍ମୀଦତ୍ତଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଅଭିଯୋଗ ଅନୁଯାୟୀ ହତ୍ୟା କରିଥିବା ବ୍ୟକ୍ତିମାନେ ଗତ କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସହ ମିଶିଥିଲେ ଏବଂ ସେମାନେ ମନ୍ତ୍ରୀଙ୍କ ସହଯୋଗୀ ବୋଲି ସେ ଅଭିଯୋଗ କରିଛନ୍ତି । ଏ ନେଇ ଲକ୍ଷ୍ମୀଦତ୍ତଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ । କିନ୍ତୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଛାତ୍ର ସଂସଦ ନିର୍ବାଚନୀ ହିଂସା: ବିଜେଡି ନେତାଙ୍କୁ ହତ୍ୟା ଛାତ୍ର ସଂସଦ ନିର୍ବାଚନୀ ହିଂସା: ବିଜେଡି ନେତାଙ୍କୁ ହତ୍ୟା Reviewed by Kalinga Express on September 17, 2017 Rating: 5

No comments