କିଏ ଖେଳିଲା ଏ ଭୟଙ୍କର ଖେଳ: କାହା ଇଙ୍ଗିତରେ ହତ୍ୟା କରାଗଲା ଜଣେ କାଉନସିଲରଙ୍କୁ

Dharmendra with Krushnachandra Nayak
 ଗଞ୍ଜାମ ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ବିଭତ୍ସ ହତ୍ୟା କାଣ୍ଡର ସମସ୍ତ ଆସାମୀଙ୍କୁ ଗଞ୍ଜାମ ପୋଲିସ ଗିରଫ କରିଛି । କିଏ ଅଛି ଏହି ହତ୍ୟା ଷଡଯନ୍ତ୍ର ର ମୁଖ୍ୟ ଖଳନାୟକ ? ତାହା ଏବେ ସାମ୍ନାକୁ ଆସିଛି । ଗଞ୍ଜାମ ଏସପି ସ୍ପଷ୍ଟ କରିଛନ୍ତି ଏହି ହତ୍ୟାକାଣ୍ଡର ମୂଳ ସୂତ୍ରଧର ହେଉଛି ବିଜେପିର ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ । କୃଷ୍ଣଚନ୍ଦ୍ରଙ୍କ ସହ ଅଛନ୍ତି ଲକ୍ଷ୍ମୀପୁର ପଞ୍ଚାୟତ ସମିତି ସଭ୍ୟ ଦୁର୍ଯୋଧନ ରେଡ୍ଡି । ଏ ଦୁଇଜଣ ହେଉଛନ୍ତି ସଦ୍ୟ ବିଜେପିରେ ଯୋଗ ଦେଇଥିବା ଗଞ୍ଜାମର ପାୱାରଫୁଲ ନେତା । ଦୁଇଜଣ ବାହୁବଳୀ ସାରଥୀଙ୍କୁ ନେଇ ଗଞ୍ଜାମ ସଂଗଠନକୁ ସୁଦୃଢ କରିବାକୁ ବାହାରିଥିଲେ ଧର୍ମେନ୍ଦ୍ର ।

Dharmendra with Duryodhana Reddy
 ଧର୍ମେନ୍ଦ୍ରଙ୍କ ଆଶୀର୍ବାଦରୁ ଏହି ଦୁଇ ନେତା ହେଇଥିଲେ ଗଞ୍ଜାମର ବାହୁବଳୀ । ମେ ମାସରେ ବିଜେପିରେ ଯୋଗ ଦେଇଥିବା କୃଷ୍ଣଚନ୍ଦ୍ରଙ୍କୁ ନେଇ ଧର୍ମେନ୍ଦ୍ର ସେ ସମୟରେ ଭାବ ପ୍ରବଣ ହେଇଯାଇଥିଲେ । ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ କରି ସର୍ବ ସମ୍ମୁଖରେ ଦଳରେ ମିଶାଇ କୁଣ୍ଢାଇ ପକାଇଥିଲେ ଧର୍ମେନ୍ଦ୍ର । କିନ୍ତୁ ଏହାର ଠିକ ଚାରି ମାସ ପରେ ଧର୍ମେନ୍ଦ୍ରଙ୍କ ଏହି ବାହୁବଳୀ ନେତାଙ୍କ ଭୂମିକା ଥାଇ ତାଙ୍କର କିଛି ସହଯୋଗୀ କଲେଜ ନିର୍ବାଚନକୁ ନେଇ ବିଜେଡି କାଉନସିଲରଙ୍କୁ ଯେଉଁ ଭଳି ଭାବେ ସଙ୍ଗବଦ୍ଧ ହତ୍ୟା କଲେ ତାହାର ସିସିଟିଭି ଫୁଟେଜ ସମଗ୍ର ରାଜ୍ୟ ବାସୀଙ୍କ ଛାତି ଥରେଇ ଦେଇଥିଲା ।

Dharmendra with D Brother
 ବିଜେପି ତରଫରୁ ବାରମ୍ବାର କୁହାଯାଏ କି ବିଜେପି ହିଂସାରେ ବିଶ୍ଵାସ କରେନି କିନ୍ତୁ ତାହା ଏବେ ପାଣିର ଗାର ବୋଲି ଲୋକେ ବିଶ୍ଵାସ କରିଗଲେଣି । ବିରୋଧୀଙ୍କୁ ଏହି ଭଳି ଭାବେ ପ୍ରତିହତ କରିବାକୁ ବିଜେପି ତିଆରି କରିଛି କି ଏହି ଲୋମ ହର୍ଷଣକାରୀ ରଣକୌଶଳ ? ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି ସାଧାରଣ ଲୋକଙ୍କ ମନରେ । ଏଥିର କଣ ରହିଛି  ଧର୍ମେନ୍ଦ୍ରଙ୍କର ଭୂମିକା ? ଲୋକଙ୍କୁ ଭୟଭୀତ କରାଇ କ୍ଷମତା ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି କି ଧର୍ମେନ୍ଦ୍ର ? ବାହୁବଳୀ ନେତାଙ୍କୁ କାହିଁକି ଅଗ୍ରାଧିକାର ଦେଉଛନ୍ତି ଧର୍ମେନ୍ଦ୍ର ? କଣ ରହିଛି ତାଙ୍କ ଷ୍ଟ୍ରାଟେଜି ? ସେମିତି ଏକ ଘଟନା ସାମ୍ନାକୁ ଆସିଥିଲା ୨୦୧୬ ମସିହାରେ । ବାହୁବଳୀ ଧଳ ସାମନ୍ତ ଭ୍ରାତାଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀଯୁକ୍ତ ପ୍ରଧାନ ଧଳ ଭ୍ରାତାଙ୍କୁ କଟକର ବାଇମୁଣ୍ଡି ବୋଲି ମଧ୍ୟ ସମ୍ବୋଧନ କରିବା ଦେଖାଯାଇଥିଲା । ଏବଂ ଧଳ ବ୍ରଦର୍ଶଙ୍କୁ ପ୍ରଶଂସାରେ ପୋତି ପକେଇଥିଲେ ଧର୍ମେନ୍ଦ୍ର  । ତେବେ ଧର୍ମେନ୍ଦ୍ରଙ୍କର ଏମିତି ଭୂମିକା ବା କେବଳ ବାହୁବଳୀ ନେତାଙ୍କୁ ମୁଣ୍ଡରେ ବସାଇବାର ମୂଳ ରହସ୍ୟ କଣ ତାହା ଦେଖିବାକୁ ବାକି ରହିଲା ।
କିଏ ଖେଳିଲା ଏ ଭୟଙ୍କର ଖେଳ: କାହା ଇଙ୍ଗିତରେ ହତ୍ୟା କରାଗଲା ଜଣେ କାଉନସିଲରଙ୍କୁ କିଏ ଖେଳିଲା ଏ ଭୟଙ୍କର ଖେଳ: କାହା ଇଙ୍ଗିତରେ ହତ୍ୟା କରାଗଲା ଜଣେ କାଉନସିଲରଙ୍କୁ Reviewed by Kalinga Express on September 28, 2017 Rating: 5

No comments