ବିସିଜେଡ଼ିର ବାଜିମାତ: ଚମକିଲେ ପଟ୍ଟନାୟକ ଫିକା ପଡିଲେ ମୋଦିଶାହା


ସରିଲା ଛାତ୍ର ସଂସଦ ନିର୍ବାଚନ, ପ୍ରକାଶ ପାଇଲା ଫଳାଫଳ । ଓଡିଶା ଛାତ୍ର ରାଜନୀତିରେ କାହାର ଦବଦବା ଅଧିକ ରହିଲା ସାମ୍ନାକୁ ଆସିଲା ଚିତ୍ର । କାହାର କେତେ ଦମ ଜଣେଇଦେଲା କଲେଜ କ୍ୟାମ୍ପସର ବାର୍ତା ।

 ଛାତ୍ର ବିଜେଡି ତରଫରୁ ନିର୍ବାଚନ ଫଳାଫଳ ନେଇ ସାମ୍ବାଦିକ ସମ୍ମିଳନୀରେ ଜଣେଇଦିଆଗଲା ବିସିଜେଡି ୯୫ ପ୍ରତିଶତ କଲେଜରେ ବାଜିମାତ କରିଛି । କଂଗ୍ରେସ ଓ ବିଜେପି ନିଜର ସମ୍ପୂର୍ଣ ଫଳାଫଳ ଦାବି କରି ନଥିବା ବେଳେ କେବଳ ବିସିଜେଡି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଜଣେଇଦିଆଯାଇଛି । ସମ୍ପୂର୍ଣ ଖବରକୁ ନେଲେ ରାଜ୍ୟରେ ଅଧିକାଂଶ କଲେଜରେ ଛାତ୍ର ବିଜେଡି ପ୍ରାର୍ଥୀ ବିଜୟୀ ହେବା ଖବର ଜଣା ପଡୁଛି । ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ଠାରେ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ବାଜା ବାଣରେ ସେଲିବ୍ରେସନ କରୁଥିବା ଦେଖା ଯାଇଥିଲା । 
ବିସିଜେଡ଼ିର ବାଜିମାତ: ଚମକିଲେ ପଟ୍ଟନାୟକ ଫିକା ପଡିଲେ ମୋଦିଶାହା ବିସିଜେଡ଼ିର ବାଜିମାତ: ଚମକିଲେ ପଟ୍ଟନାୟକ ଫିକା ପଡିଲେ ମୋଦିଶାହା Reviewed by Kalinga Express on September 24, 2017 Rating: 5

No comments