ସମ୍ପୁର୍ଣ ପ୍ରାୟୋଜିତ ହେଉଛି କି ପ୍ୟାନେଲ ବିତର୍କ: କାହିଁକି ଉଠୁଛି ଏ ପ୍ରଶ୍ନ


 ଗତକାଲି ୧୧ ତାରିଖ ସନ୍ଧ୍ୟା ୮ ରୁ ୧୦ ଘଟିକା ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି News-7 ରେ ଏକ ଲାଇଭ ବିତର୍କ ସୋ କରାଯାଇଥିଲା । ଏଥିରେ ବିଜେଡି ର ପ୍ରତାପ ଦେବ, ସସ୍ମିତ ପାତ୍ର ଏବଂ ସୁଲୋଚନା ଦାସ ଯୋଗ ଦେଇଥିବା ବେଳେ ବିଜେପିର ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ସମନ୍ତଶିଙ୍ଘାର ଯୋଗ ଦେଇଥିଲେ । ବିଶେଷ କରି ଏହି ଶୋ ବିଜେପି ପ୍ରାୟୋଜିତ ଥିଲା ଭଳି ଲାଗୁଥିଲା । ଦୀର୍ଘ ଦୁଇଘଣ୍ଟା ରେ ବିଜେପି କୁ ସହାୟ ହେଲାଭଳି ପ୍ରଶ୍ନ ସହ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଜର୍ମାନ ଶାସକ ହିଟଲରଙ୍କ ସୁତ୍ରକୁ ବ୍ୟବହାର କରାଯାଉଥିଲା । ବାରମ୍ବାର ଗୋଟେ ମିଛ କଥାକୁ ବଡ ପାଟିରେ କହି ତାକୁ ସତ୍ୟରେ ପରିଣତ କରିବାର ପ୍ରୟାସ କରାଯାଉଥିଲା । ବିଜେପି ପାନେଲିଷ୍ଟ ମାନେ ଦୁଇଜଣ ବରିଷ୍ଠ ସାମ୍ବାଦିକ ଏବଂ ବିଜେଡି ପାନେଲିଷ୍ଟଙ୍କୁ କହିବାର ସୁଯୋଗ ଦେଉ ନଥିଲେ । ସେମାନେ କହିବା ବେଳେ ବିଜେପିର ଦୁଇ ନେତା ଲେଖାଶ୍ରୀ ଓ ଗୋଲକ ବାବୁ ବହୁତ ଜୋରେ ଗର୍ଜନ କରି କାହାରି କଥାକୁ ଶୁଣିବାକୁ ଦେଉ ନଥିଲେ ।

 ସତେ ଯେମିତି ସୋଆ ବିଶ୍ବବିଦ୍ୟାଳୟର ଅଡିଟୋରିଅମ ଦୁଇଘଣ୍ଟା ପାଇଁ ବିଜେପିର କବଜାରୁ ମୁକୁଳିବାର ସତ ଚେଷ୍ଟା କରୁଥିଲା । ଏଥିରେ ମଧ୍ୟ ସାମିଲ ହେଇଯାଇଥିଲେ ଆଙ୍କର ମହାଶୟ ଜଣକ । ବିଜେପିକୁ ସୁହେଇଲା ଭଳି ପ୍ରଶ୍ନ ସାଙ୍ଗକୁ ବିଜେପି ପାନେଲିଷ୍ଟଙ୍କୁ କହିବାର ସୁଯୋଗ ଦେଉଥିଲେ । ସେଠାରେ ଉପସ୍ଥିତ ନାମକୁ ମାତ୍ର ବୁଦ୍ଧିଜୀବୀ ଏବଂ ସମସ୍ତ ଦର୍ଶକ ସତେ ଯେମିତି ବିଜେପି ପାଇଁ ସ୍ଲୋଗାନ ଦେଉଥିଲେ । ଦର୍ଶକ ମାନଙ୍କୁ ବିଜେଡି ବିରୁଦ୍ଧରେ ପ୍ରଦର୍ଶନ ପାଇଁ ବିଜେପି ନିଜ ପ୍ରାୟୋଜିତ ସ୍ୱରୂପ ସେଠାରେ ପହଞ୍ଚାଇଥିଲା । କେନ୍ଦ୍ରୀୟ ଅନୁଦାନ ଉପରେ ହେବାକୁ ଥିବା ବିତର୍କରୁ ଆଙ୍କର ମହାଶୟ ବାହାରି ଯାଇ ଓଡିଶାର ଭୁଲକୁ ବଖାଣିବା ସହ ବିଜେପି ପାନେଲିଷ୍ଟଙ୍କୁ ସୁଯୋଗ ଦେଉଥିଲେ ତାଙ୍କର ଭରପୁର ଫାଇଦା ଉଠାଇବା ପାଇଁ । ବିଭିନ୍ନ ପ୍ରଶ୍ନର ଜବାବରେ ବିଜେଡି ପାନେଲିଷ୍ଟ ମାନେ ଉତ୍ତର ରଖିବା ବେଳେ ବିଜେପିର ଦୁଇ କୁହାଳିଆ ନେତା ଗୋଲକ ଓ ଲେଖାଶ୍ରୀ ବଡ ପାଟି କରି ତାଙ୍କୁ କୁହାଇ ଦେଉନଥିବାର ଦେଖିବାକୁ ମିଳିଥିଲା । ଏମିତିକି ନିରପେକ୍ଷ ପାନେଲିଷ୍ଟ ଭାବେ ଥିବା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥି ଓ ରବି ଦାସ ଙ୍କୁ ମଧ୍ୟ କହିବାକୁ ସୁଯୋଗ ଦେଉ ନଥିଲେ ।

 ଦର୍ଶକ ମାନେ ମଧ୍ୟ ବିଜେପି ପ୍ରାୟୋଜିତ ପ୍ରଶ୍ନ ଆଧାରରେ ବିଜେଡି କୁ ପ୍ରଶ୍ନ କରୁଥିଲେ । ବିଜେପି ପାନେଲିଷ୍ଟଙ୍କ ପାଟିତୁଣ୍ଡରେ ସତେ ଯେମିତି ସେଠାରେ ଏକ ବଡଧରଣର ରଣକ୍ଷେତ୍ରର ଭ୍ରମ ସୃଷ୍ଟି କଲା ଭଳି ଲାଗୁଥିଲା । ଆଉ ହଜି ଯାଇଥିଲା ପ୍ୟାନେଲର ମୂଳ ବିତର୍କ କେନ୍ଦ୍ରୀୟ ଅନୁଦାନ । ଟିଭି ରେ ଏହି ଦୃଶ୍ୟ ଦେଖୁଥିବା ଲୋକଟି କହୁଥିଲା, ବିଜେପି ନିଜର ୧୨୦ ଆସନର ଆଶା ଓ ଅକାଂକ୍ଷା ସତେ ଯେମିତି ଏହି ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ପୂରଣ କରୁଥିଲା । 
ସମ୍ପୁର୍ଣ ପ୍ରାୟୋଜିତ ହେଉଛି କି ପ୍ୟାନେଲ ବିତର୍କ: କାହିଁକି ଉଠୁଛି ଏ ପ୍ରଶ୍ନ ସମ୍ପୁର୍ଣ ପ୍ରାୟୋଜିତ ହେଉଛି କି ପ୍ୟାନେଲ ବିତର୍କ: କାହିଁକି ଉଠୁଛି ଏ ପ୍ରଶ୍ନ Reviewed by Kalinga Express on September 12, 2017 Rating: 5

No comments