ରାଜ୍ୟ ଉପରେ ଜିଏସଟି ଚଡକ: ଦୁଇ ମାସରେ କମିଲା ଟିକସ


ଦେଶରେ ଜିଏସଟି ଲାଗୁ ହବା ପରେ ପ୍ରଥମ ଦୁଇ ମାସରେ ଟିକସ କମିଥିବା ଦେଖାଯାଇଛି ।  ଜିଏସଟି ଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ମଧ୍ୟ ଓଡିଶା ରାଜସ୍ୱ ଉପରେ ପଡିଛି । ଯାହା ଫଳରେ ପ୍ରଥମ ଦୁଇ ମାସରେ ରାଜସ୍ୱ ୫୨୫ କୋଟି କମିଛି ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏହା ଏବେ ଚିନ୍ତାର ବିଷୟ ହେଇଛି । ଯାହାକୁ ନେଇ ଅର୍ଥନୀତିଜ୍ଞ ମାନେ ମଧ୍ୟ ଠିକ ଆକଳନ କରିବା ସମ୍ଭବ ହେଉନାହିଁ । ଏହି କ୍ଷେତ୍ରରେ ରାଜ୍ୟର କ୍ଷତିକୁ କେନ୍ଦ୍ର ସରକାର ଭରଣା କରିବାର ବ୍ୟବସ୍ଥା ରହିଛି ।

 କିନ୍ତୁ ଏହି ଅର୍ଥ କେବେ ରାଜ୍ୟ ସରକାର ପାଇବେ ତାହା ଏବେ ଚିନ୍ତାର ବିଷୟ । ଓଡିଶା ଭଳି ଅନ୍ୟ ସମସ୍ତ ଉପଭୋକ୍ତା  ସର୍ବସ୍ଵ ରାଜ୍ୟ ଗୁଡିକ ମଧ୍ୟ ଜିଏସଟି ଦ୍ଵାରା ପ୍ରଭାବିତ । କେନ୍ଦ୍ରୀୟ ବିକ୍ରିକର କ୍ଷତିପୂରଣ ବାବଦରେ ରାଜ୍ୟ ୩୦୦୦ କୋଟିରୁ ଅଧିକ ଟଙ୍କା ହରେଇଛି । ଯଦି ଏସବୁ କ୍ଷତିପୂରଣ କେନ୍ଦ୍ର ସରକାର ଭରଣା ନ କରନ୍ତି ତେବେ ରାଜ୍ୟ ର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହେବାର ସମ୍ଭାବନା ଅଛି ।
ରାଜ୍ୟ ଉପରେ ଜିଏସଟି ଚଡକ: ଦୁଇ ମାସରେ କମିଲା ଟିକସ ରାଜ୍ୟ ଉପରେ ଜିଏସଟି ଚଡକ: ଦୁଇ ମାସରେ କମିଲା ଟିକସ Reviewed by Kalinga Express on September 26, 2017 Rating: 5

No comments