ବିଜେଡ଼ିର ରାଜ୍ୟବ୍ୟାପୀ ହରତାଳ: କିଛି ସ୍ଥାନରେ ବିଶୃଙ୍ଖଳା ଏବଂ ଜନସାଧାରଣ ଅସୁବିଧାର ସମ୍ମୁଖୀନ


  ତୈଳ ବୃଦ୍ଧି ପ୍ରତିବାଦରେ ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ହରତାଳ କରାଯାଇଥିଲା । ମାତ୍ର କିଛି ସ୍ଥାନରେ ଏହା ଶାନ୍ତିପୂର୍ଣ ଚାଲିଥିବା ବେଳେ ଆଉ କିଛି ସ୍ଥାନରେ ବିଶୃଙ୍ଖଳା ସୀମା ଟପି ଯାଇଥିଲା । କିଛି ଦଳୀୟ କର୍ମୀଙ୍କ ଆଚ୍ଚରଣରୁ ମହିଳା ଓ ଆମ୍ବୁଲାନ୍ସ ମଧ୍ୟ ବର୍ତ୍ତି ନଥିଲେ । ଏପରି ବିଶୃଙ୍ଖଳାଙ୍କୁ ସବୁ ସ୍ତରରେ ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । କର୍ମୀ ମାନଙ୍କ ଏହିଭଳି ଆଚ୍ଚରଣକୁ ମୁଖ୍ୟମନ୍ତ୍ରୀ ନାପସନ୍ଦ କରିଛନ୍ତି ।

  କିଛି ସ୍ଥାନରେ ଭଙ୍ଗାରୁଜା ସହ ଆମ୍ବୁଲାନ୍ସକୁ ମଧ୍ୟ ମେଡିକାଲ ଯିବା ରାସ୍ତାରୁ ଫେରେଇ ଦିଆଯାଇଥିଲା । ଜଣେ ବିଜେପି ନେତାଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ଆସିଛି । ଏହାକୁ ନେଇ ଏବେ ରାଜ୍ୟରେ ରାଜନୀତି ଚର୍ଚ୍ଚା ଜୋର ଧରିଛି । ଉଭୟ ବିଜେଡି ଓ ବିଜେପି ସାମ୍ନାସାମ୍ନୀ ହେଇଛନ୍ତି । 
ବିଜେଡ଼ିର ରାଜ୍ୟବ୍ୟାପୀ ହରତାଳ: କିଛି ସ୍ଥାନରେ ବିଶୃଙ୍ଖଳା ଏବଂ ଜନସାଧାରଣ ଅସୁବିଧାର ସମ୍ମୁଖୀନ ବିଜେଡ଼ିର ରାଜ୍ୟବ୍ୟାପୀ ହରତାଳ: କିଛି ସ୍ଥାନରେ ବିଶୃଙ୍ଖଳା ଏବଂ ଜନସାଧାରଣ ଅସୁବିଧାର ସମ୍ମୁଖୀନ Reviewed by Kalinga Express on September 18, 2017 Rating: 5

No comments