ଘରେ କେଉଁଠି ରଖିବେ ଟଙ୍କା ଓ ସୁନା: ସମ୍ପତି ବୃଦ୍ଧି ପାଇବ


ସାଧାରଣତଃ ଆପଣମାନେ ଦେଖିଥିବେ କିଛି ଲୋକ ଦିନକୁ ଦିନ ଅଧିକ ରୁ ଅଧିକ ଧନୀ ହେଉଥିବା ବେଳେ, କିଛି ଲୋକ ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କ ପାଖରେ ଟଙ୍କା ରହେନାହିଁ । ସବୁବେଳେ ଅଭାବ ଅନଟନ ଦେଖାଦିଏ । ଏଥିପାଇଁ ବାସ୍ତୁଶାସ୍ତ୍ରର କିଛି ମାତ୍ରାରେ ଉପଯୋଗୀତା ରହିଛି । ଏଥିପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ । ଯାହାକୁ ଆପଣେଇଲେ  ଆପଣଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ଭାବେ କିଛି ମାତ୍ରାରେ ଦୂର ହେଇ ପାରିବ ।

  ନିଜର ସମସ୍ତ ଗହଣା ଏବଂ ଅର୍ଥରାଶି କୁ ପୂର୍ବ ଦିଗରେ ରଖନ୍ତୁ । କୁହାଯାଏ ଧନର ଦେବତା କୁବେର ପୁର୍ବରେ ବାସ କରନ୍ତି । କେବେବି ଏସବୁ ମୁଲ୍ୟବାନ ଜିନିଷକୁ ପଶ୍ଚିମ ଦିଗରେ ରଖନ୍ତୁ ନାହି । ଘରର ଆଲମାରୀକୁ ମଧ୍ୟ ଦକ୍ଷିଣ ଦିଗରେ ରଖନ୍ତୁ ଯେମିତି ଆଲମାରି ଉତ୍ତର ମୁଖା ହେଇ ରହିବ । ଆଲମାରୀକୁ ସର୍ବଦା ସଫା ରଖିବା ଉଚିତ । କୌଣସି ମତେ ବୁଢିଆଣୀ ଜାଲ କିମ୍ବା ଅଳନ୍ଧୁ ଲାଗିବାକୁ ଦିଅନ୍ତୁ ନାହିଁ । ଏହାର କୁ ପ୍ରଭାବ ମଧ୍ୟ ପଡିପାରେ । ନିଜ ଘରକୁ ମଧ୍ୟ ସଫା ସୁତରା ରଖନ୍ତୁ । ଯାହା ଦ୍ଵାରା ଘରେ ଶାନ୍ତି ଆସିବା ସହ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ଘରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସବୁବେଳେ ଭଲ ପାଇବା ରହିଲେ ହସ ଖୁସି ରହିଲେ ଆର୍ଥିକ ଅନଟନ ଦୂର ହୁଏ ବୋଲି କୁହାଯାଏ । ଏହିସବୁ ଜିନିଷ କୁ ଗୁରୁତ୍ଵ ଦିଅନ୍ତୁ ନିଶ୍ଚିତ ଭାବେ ଫଳପ୍ରଦ ହେବେ ।
ଘରେ କେଉଁଠି ରଖିବେ ଟଙ୍କା ଓ ସୁନା: ସମ୍ପତି ବୃଦ୍ଧି ପାଇବ ଘରେ କେଉଁଠି ରଖିବେ ଟଙ୍କା ଓ ସୁନା: ସମ୍ପତି ବୃଦ୍ଧି ପାଇବ Reviewed by Kalinga Express on September 13, 2017 Rating: 5

No comments