ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ: ପ୍ରବଳ ବର୍ଷା ସମ୍ଭାବନା


 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ତାର ପ୍ରଭାବରେ ସାରା ରାଜ୍ୟରେ ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ବିଶେଷ କରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିପାରେ ।

 ସୁଚନା ଅନୁଯାୟୀ କେଉଁଝର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଖୋର୍ଦ୍ଧା, କେନ୍ଦ୍ରପଡା, କଟକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ ଓ ଦେବଗଡରେ ଏହି ଘୂର୍ଣ୍ଣିବଳୟର ପ୍ରଭାବ ରହିବା ସହ ବର୍ଷା ହବାର ସମ୍ଭାବନା ରହିଛି । ଏହି ସମୟରେ ୩୫ ରୁ ୪୦ କି ମି ବେଗରେ ପବନ ବହିବାର ସମ୍ଭାବନା ଅଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ପାଣିପାଗ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ: ପ୍ରବଳ ବର୍ଷା ସମ୍ଭାବନା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ: ପ୍ରବଳ ବର୍ଷା ସମ୍ଭାବନା Reviewed by Kalinga Express on September 15, 2017 Rating: 5

No comments