ପଇଡ ପାଣିରେ କଣ ରହିଛି ଉପକାରିତା: Kalinga Express Health Tips


ସାଧାରଣତଃ ପଇଡ ପାଣି ପିଇବାକୁ ଭଲ ଲାଗେ ଏବଂ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଆମେ ଜାଣୁ । ପଇଡ ପାଣିରେ ଥାଏ ଏମିତି କିଛି ଔଷଧୀୟ ଗୁଣ ଯାହା ଅନେକ ସମସ୍ୟାରୁ ମୁକ୍ତ କରିଥାଏ । ଆସନ୍ତୁ ଦେଖିବା ଏମିତି କିଛି ଉପକାରିତା ଯାହା ମଣିଷ ଶରୀରକୁ ସୁସ୍ଥ ସବଳ ରଖିବାରେ ସାହାଯ୍ୟ କରେ ।

୧॰ ପଇଡ ପାଣି ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ ।

୨॰ ଖାଦ୍ୟ ହଜମ ବା ପାଚନ ପ୍ରକ୍ରିୟା ସକ୍ରିୟ କରେ ।

୩॰ ପାଚନ କ୍ରିୟା ଠିକ କରାଏ ଯାହା ଫଳରେ ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।

୪॰ ପଇଡ ପାଣି ମଧୁମେହ ରୋଗକୁ କିଛି ମାତ୍ରାରେ ନିୟନ୍ତ୍ରଣରେ ରଖିଥାଏ ।

୫॰ ଏହା ଶରୀରରେ ମ୍ୟାଗ୍ନେସିୟମ ସ୍ତର ବଢାଇବା ସହ ଲାଗି ରହୁଥିବା ମୁଣ୍ଡ ବିନ୍ଧା ଭଳି ରୋଗ ଦୂର କରେ ।

୬॰ ଶରୀରରେ ଥିବା କ୍ଷତ ଚିହ୍ନ କିମ୍ବା ଅନ୍ୟ କିଛି କଳା ଦାଗକୁ ଦୂର କରିଥାଏ, ତାହା ସହ ତ୍ଵଚାକୁ ଚିକ୍କଣ କରିଥାଏ ।

୭॰ ପ୍ରତ୍ୟକେ ଦିନ ସକାଳେ ପଇଡ ପାଣି ପିଇବା ଦ୍ଵାରା କର୍ମମୟ ଜୀବନରେ ଥକାପଣ ଦୂର କରିଥାଏ ।  ।

୮॰ ଏହା ହୃଦ ଜନିତ ରୋଗ ଦୂର କରିବାରେ ସହାୟକ ହୋଇଥାଏ ।

୯॰ ପଇଡ ପାଣି କ୍ୟାନସର ସୃଷ୍ଟି କରୁଥିବା କୋଷ ଗୁଡିକୁ ମଧ୍ୟ ନଷ୍ଟ କରିଥାଏ ବୋଲି ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି ।

୧୦॰ ଏହା ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ ।
ପଇଡ ପାଣିରେ କଣ ରହିଛି ଉପକାରିତା: Kalinga Express Health Tips ପଇଡ ପାଣିରେ କଣ ରହିଛି ଉପକାରିତା: Kalinga Express Health Tips Reviewed by Kalinga Express on September 27, 2017 Rating: 5

No comments