ନେତାଙ୍କ ଉପରେ ନବୀନ କ୍ଷୁବ୍ଧ: ହରତାଳ ବେଳେ ଅପ୍ରୀତିକର ଘଟଣା


 ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିଜେଡ଼ିର ହରତାଳ ଦିନ ଘଟିଥିବା ଅପ୍ରୀତିକର ଘଟଣାକୁ ନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କ୍ଷୁବ୍ଧ । ରାଜଧାନୀ ଭୁବନେଶ୍ଵରର କିଛି ସ୍ଥାନରେ ଘଟିଥିଲା ଏମିତି କିଛି ଘଟଣା ଯାହା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲା । ମଙ୍ଗଳବାର ଅପରାହ୍ନରେ ନବୀନ ନିବାସରେ ଜଣ ଜଣ କରି କିଛି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ନିଜ ଅସନ୍ତୋଷ ଜଣାଇଥିଲେ । ଏବଂ ଏହାର ଯେମିତି ପୁନରାବୃତି ନ ଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ ।

 ସମସ୍ତ ନେତାଙ୍କୁ ଭେଟିବା ସମୟରେ ଘଟିଥିବା ଅପ୍ରୀତିକର ଘଟଣାର କୈଫିୟତ ମାଗିଥିଲେ । ସେ କହିଥିଲେ ବିଜେଡି ସଦା ସର୍ବଦା ଲୋକଙ୍କ ସହ ଅଛି ଓ ଆଗକୁ ରହିବ ମଧ୍ୟ । ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବାକୁ ମଧ୍ୟ କହିଥିଲେ । ସାଧାରଣ ଲୋକଙ୍କ ସୁବିଧା ସୁଯୋଗକୁ ଗୁରୁତ୍ଵ ଦେବାକୁ କହିବା ସହ ସାଧାରଣ ଲୋକ କେମିତି ଉଚିତ ନ୍ୟାୟ ପାଇ ପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ହରତାଳ ସମୟରେ ଯେଉଁ ଘଟଣା ଘଟିଲା ସେସବୁ ଗ୍ରହଣୀୟ ନୁହଁ ବୋଲି କହିଥିଲେ । ରାଜ୍ୟ ବାସୀଙ୍କ ସ୍ନେହା ଶ୍ରଦ୍ଧା ଯୋଗୁଁ ଦଳ ଚାରି ଥର କ୍ଷମତା କୁ ଆସିଛି ବୋଲି କହିବା ସହ ଲୋକଙ୍କ ସେଇ ଭଲ ପାଇବା ବଜାୟ ରଖିବା ପାଇଁ ସମସ୍ତ ପ୍ରକାର ଜନ ମଙ୍ଗଳ କାରି କାର୍ଯ୍ୟକୁ ଆପଣେଇବାକୁ ପରାମର୍ଶ ଦେଇଥିଲେ। 
ନେତାଙ୍କ ଉପରେ ନବୀନ କ୍ଷୁବ୍ଧ: ହରତାଳ ବେଳେ ଅପ୍ରୀତିକର ଘଟଣା ନେତାଙ୍କ ଉପରେ ନବୀନ କ୍ଷୁବ୍ଧ: ହରତାଳ ବେଳେ ଅପ୍ରୀତିକର ଘଟଣା Reviewed by Kalinga Express on September 21, 2017 Rating: 5

No comments