ଓଡିଆ ଝିଅ ହେଲେ ଆଇଇଏସରେ ତୃତୀୟ: Kalinga Express Odia News


ଭାରତୀୟ ଅର୍ଥନୈତିକ ସେବା ବା ଆଇଏସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓଡିଶାର ରାଉରକେଲାର ଝିଅ ମନୀଷା ଖୁଣ୍ଟିଆ । ଏହା ସାରା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି । ଚଳିତ ବର୍ଷ ଏହି କେନ୍ଦ୍ରୀୟ ଲୋକ ସେବା ପଦ ପାଇଁ ପରୀକ୍ଷା କରଯାଇଥିଲା । ମୋଟ ୧୫ଟି ପଦ ପାଇଁ ପରୀକ୍ଷା କରଯାଇଥିଲା । ମାତ୍ର ସେ ତୃତୀୟ ସ୍ଥାନ ଅଧିକାର କରି ସାରା ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ।

  ତାଙ୍କ ବାପା ଜଣେ ଇଞ୍ଜିନିୟର ଥିବା ବେଳେ ମନୀଷା ଜଣେ ବିଜ୍ଞାନ ଛାତ୍ରୀ ଥିଲେ । ମାତ୍ର ନିଜର ଆଶା ଓ ବାପାଙ୍କ ପ୍ରେରଣା ଯୋଗୁଁ ସେ ଆଜି ଅର୍ଥନୀତି ଉପରେ ଏହି କୃତି ହାସଲ କରିଛନ୍ତି ବୋଲି କହିଛନ୍ତି । ବିଜ୍ଞାନ ପରେ ଅର୍ଥନୀତି କୁ ଗୁରୁତ୍ଵ ଦେଇ ସେ ଆଜି ସଫଳତା ପାଇପାରିଛନ୍ତି ବୋଲି ଏକ ସାକ୍ଷାତକାର ରେ କହିଥିଲେ । 
ଓଡିଆ ଝିଅ ହେଲେ ଆଇଇଏସରେ ତୃତୀୟ: Kalinga Express Odia News ଓଡିଆ ଝିଅ ହେଲେ ଆଇଇଏସରେ ତୃତୀୟ: Kalinga Express Odia News Reviewed by Kalinga Express on September 25, 2017 Rating: 5

No comments