ପଚାରିଲା ସ୍ମିତା କେମିତି ଚାଲିଛି ତୋର ସବୁ | ହସି ଦେଲା ସ୍ମିତା, କହିଲା ସଵୁ ଭଲ


ତୋ ଘରେ ଆଜି ବି ଅଛି ସ୍ମିତା ' ! ଲଣ୍ଠନକୁ ଦେଖି ପଚାରିଲା ଋବି । ଋବି ଆମେରିକାରେ ରୁହେ , ବହୁତ ଦିନପରେ ଓଡିଶା ଆସିଛି ତଃ ତା ସୂଚିରେ ଗୋଟିଏ ମାତ୍ର ସାଙ୍ଗ ସ୍ମିତା ଘରକୁ ବୁଲିବା ପାଇଁ ଆଗରୁ ରଖିଥିଲା । ପଚାରିଲା ସ୍ମିତା କେମିତି ଚାଲିଛି ତୋର ସବୁ ! ହସି ଦେଲା ସ୍ମିତା ,କହିଲା ସଵୁ ଭଲ । ଟିକେ ଆର୍ଶ୍ଚଯ୍ୟ ହେଲା ଋବି ! ଭାବିଲା ଆଧୁନିକତା ଭିତରେ ହଜିଯିବାକୁ ଭଲପାଉଥିବା ଝିଅଟି ଥିଲା ସ୍ମିତା , ଏ ତ ସେ ସ୍ମିତା ନୁହେଁ । ଦିନେ କଲେଜରେ ସବୁଠୁ ସୁନ୍ଦର ଝିଅ ବୋଲି ଗର୍ବରେ ପାଂଟିପଡୁଥିବା ଝିଅଟାର ଅଦ୍ଭୁତ ପରିବର୍ତ୍ତନ ହେଲା କେମିତି ? ଏମିତି ଅନେକ ପ୍ରଶ୍ନ ଭିତରେ ଘାଣ୍ଟିଗୋଳେଇ ହେଲା ଭିତରେ ସ୍ମିତାର ଝିଅ ଚା' ଆଣି କହିଲା " ମାଉସୀ ଚା' ନିଅନ୍ତୁ ବଉ ଆସୁଛି " । କଣ ହେଲା "ବଉ" ! ଟିକେ ଅନଭ୍ୟସ୍ତ ପରିକା ଲାଗିଲା ତାକୁ । ସ୍ମିତା ଘରକୁ ପଶୁ ପଶୁ ପଚାରି ବସିଲା "କଣ ହୋଇଛି କି ବେ ତୋର" ? ଏମିତି କି ଚିନ୍ତାରେ ବୁଡିମରିଛୁ । ସ୍ମିତା ଆଡେ ଅନେଇ ପଚାରିଲା , ନାଁ ମୁଁ ଭାବୁଥିଲି ...ହସିଲା ସ୍ମିତା । କହିଲା ଆମେରିକା ସ୍ୱପ୍ନ ଦେଖୁଥିବା ଝିଅଟେ ଏ ପାହାଡ ତଳ ଘରେ କେମିତି ଏତେ ସହଜ , ଏଇ କଥା ତଃ । ଋବି କିଛି କହିଲା ପୂର୍ବରୁ ଯନ୍ତ୍ରବତ ତା ମୁଣ୍ଡ ଦୁଇଥର ତଳଉପର ହେଲା ଯା । ଆହୁରି ଯୋର ରେ ହସିଲା ସ୍ମିତା , ହସୁ ହସୁ କହିଲା ! ଶୁଣ ଏଥର । ତୋ ଭାଇନାଙ୍କୁ ମୁଁ ଘରେ ସୂତି ଶାଢିରେ ଭଲ ଲଗେ ଆଉ କୁଲୁମନାଲି ରେ ଜିନ୍ସ । ସବୁବେଳେ ଦେଶୀ ଖାଦ୍ୟ ସାଙ୍ଗକୁ , ମୋ ଇଛା ହେଲେ ରେଷ୍ଟୁରାଣ୍ଟ ଯିବାରେ ତାଙ୍କର ଆପତି ନଥାଏ । ବୁଲେଟ ପଛପଟେ ତାଙ୍କ ପଛେ ବସିଗଲେ କୌଣସି ଆଭିଜାତ୍ୟ ସମ୍ପନ୍ନ ଗାଡିଠୁ କମ ଅନୁଭବ ହୁଏ ନାହିଁ । ନାଏଗ୍ରା ଫଲ ଦେଖିବା ସ୍ୱପ୍ନ ଟିକେ ଦୂର ହୋଇଯାଇଛି ସତ ହେଲେ ବର୍ଷକୁ ବାରମାସ ବଣଭୋଜି ଜୀବନ ଦେଇଛନ୍ତି, ମନୁଆ ଲୋକ ! କେତେବେଳେ ଗୁପ୍ତେଶ୍ୱର ତ କେତେବେଳେ କୋଣାର୍କ ମେରାଇନ ଡ୍ରାଇଭରେ ବୁଲିବା କମ କରିନାହନ୍ତି । କର୍ମମୟ ଜୀବନ ଚାହୁଁଥିଲି , ସେଥିପାଇଁ ଗାଁ ସ୍କୁଲରେ ଗଣିତ ପଢେଇବାର ଦାୟିତ୍ୱ ଦେଇଦେଇଥିଲେ । ଦରମା ନିଜ ବ୍ୟବସାୟ ପଇସାରୁ କାଟି ଦେଇଦିଅନ୍ତି । ଏବେ ପିଲା ବଡ ହେଲାରୁ ଯିବାକୁ ମନାକଲି । ଆମିଷ ବାରିରେ ମୋତେ କମ ରୋଷେଇ କରିବାକୁ ପଡେ କାରଣ ବାବୁ ଆମର ଧୋତି ଉଠେଇ ଝାଳରେ ବୁଡି ରନ୍ଧା ମଝିରୁ ମୋତେ ଆଗ ଚଖେଇବେ । ରାତିରେ ନିଦରୁ ଉଠେଇ ଜବରଦସ୍ତି ତାଙ୍କ କବିତା ଶୁଣିବା ସହିତ ଚା' କପେ ହାତରେ ଯେମିତି ହେଲେ ନେଇ ଆସିଥିବେ । ଜହ୍ନରାତିରେ ଛାତ ଉପରେ ଅନେକ ସମୟ ବସିବାକୁ ବାଧ୍ୟ କରୁ କରୁ କେବେ ଅଭ୍ୟାସରେ ପଡିଯାଇଛି କହିପାରିବି ନାହିଁ । ବାଡି ପଛପଟ ପୋଖରୀର ମାଛ ଆଜି ଖାଇବୁ ରହ , ତା ହେଲେ ଜାଣିବୁ । ମୋ ଦେହ ଖରାପ ବେଳେ ବେଳେ ଏ ମଣିଷଟା ଯତେବେଳେ ଲୁଚି ଲୁଚି କାନ୍ଦେ , ସେ ଅନୁଭବ ଆଗରେ ଆମେରିକା ସ୍ୱପ୍ନ ପିଂକା ପଡିଯାଏ ରେ । ସତ କହିବାକୁ ଗଲେ ମୁଁ ଓଡିଆଣୀଟେ ହେବାର ଆତ୍ମତୃପ୍ତି ପାଇଯାଇଛି ମୋ ଓଡିଆ ଲୋକଟା ପାଖରେ ॥ ବାହାରୁ ଆଓ୍ୱାଜ ଶୁଭିଲା ସ୍ମିତା ...ବସିଥା ଆସୁଛି କହି ସ୍ମିତା ବାହାରକୁ ବାହାରିଗଲା ଆଉ ଋବି ତା ଚାଲିଯିବାକୁ ଚାହିଁ ରହି ରହି ଭାବୁଥାଏ ..ସତରେ ତଃ !!!
ପଚାରିଲା ସ୍ମିତା କେମିତି ଚାଲିଛି ତୋର ସବୁ | ହସି ଦେଲା ସ୍ମିତା, କହିଲା ସଵୁ ଭଲ ପଚାରିଲା ସ୍ମିତା କେମିତି ଚାଲିଛି ତୋର ସବୁ | ହସି ଦେଲା ସ୍ମିତା, କହିଲା ସଵୁ ଭଲ Reviewed by Kalinga Express on September 24, 2017 Rating: 5

1 comment