ବ୍ଲୂ ହ୍ଵେଲ କବଜାରେ ଓଡିଶା ମିଡିଆ: ନିର୍ଦେଶ ଅନୁସାରେ ହେଉଛି କାମ


 ବ୍ଲୂ ହ୍ଵେଲ କବ୍ଜାରେ ପଡିଲେ ଯେମିତି ମୁକୁଳିବା କଷ୍ଟ, ସେହିଭଳି ଏବେ ଓଡିଶାର କିଛି ମିଡିଆ ହାଉସ ବିଜେପି କବ୍ଜାରେ ପଡିଯାଇଛନ୍ତି । ଫଳରେ ମୁକୁଳିବାର ଉପାୟ ନାହିଁ । ଏହି ଗେମରେ ବିଜେପି ତାର ଅଭିଯାନ ଆରମ୍ଭ କରିଛି । ମିଡିଆ କୁ କବ୍ଜା କରି ପ୍ରସ୍ତୁତ କରୁଛି କାର୍ଯ୍ୟକ୍ରମ ଏବଂ ନିଉଜ କେମିତି ହବ ତାହା ସ୍ଥିର କରୁଛି ବିଜେପିର ଗୋଟେ ଗୋଷ୍ଠୀ । ଆଉ ଏବେ ଖୁଲମ ଖୁଲା ଦେଖିବାକୁ ମିଳିଛି ଏକ ଧମକ । ଯାହାଦ୍ୱାରା ଜଣାପଡିଯାଇଛି ଯେ ବିଜେପି କବଳରେ ପଡିଯାଇଛନ୍ତି କିଛି ମିଡିଆ ଯେଉଁଠାରୁ ମୁକୁଳିବା ଏବେ କଷ୍ଟ ହେଇ ପଡିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନିକଟ ଅତୀତରେ ଘଟିଯାଇଥିବା ବିଜେପିର ଏକ ସମ୍ବାଦିକ ସମ୍ମିଳନୀରେ ।

  ସେଦିନ ସେହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସଜ୍ଜନ ଶର୍ମାଙ୍କ ଧମକ ଏ ସବୁକୁ ସୁଚାଇଦେଇଛି । ଯେଉଁ ମାନେ ମିଡିଆ ସହ ୱତଃପ୍ରତଃ ଭାବେ ଜଡିତ ନୁହଁନ୍ତି କିମ୍ବା ବିଜେପି ସୋସିଆଲ ମିଡିଆ ସହ ତାଙ୍କର କୌଣସି ସମ୍ପର୍କ ନାହି ସେମାନେ ଯାଇ ନିକଟରେ ଥିବା ଏକ ରୁମରେ ବସନ୍ତୁ । ଆଉ ତାଙ୍କ ନିର୍ଦେଶ ଅନୁସାରେ କାମ କରିବାକୁ ପଡିବ ବୋଲି ସଜ୍ଜନ ଶର୍ମା କହିଥିଲେ । ଦୁଃଖର ବିଷୟ ଏଭଳି ଧମକ କେହି କେବେ ମିଡିଆକୁ ଦେଇନଥିଲେ । କିନ୍ତୁ କାହା ଇଙ୍ଗିତରେ ସଜ୍ଜନ ଶର୍ମା ଏହି ପରୋକ୍ଷ ଧମକ ଦେଲେ ତାହା ଏବେ ଚର୍ଚ୍ଚାର ବିଷୟ । ପୁଣି ପ୍ରଶ୍ନ ଉଠିଛି କି ଏହାକୁ ସାମ୍ବାଦିକ ଭାଇ ମାନେ କିପରି ଭାବେ ଗ୍ରହଣ କରୁଛନ୍ତି ପ୍ରତିବାଦ ନ କରି ।  ଓଡିଶା ସମ୍ବାଦିକତା କ୍ଷେତ୍ରରେ ଏହା କଳା ଯୁଗର ସମୟ ଚାଲିଛି କହିଲେ ଅତ୍ୟୁକ୍ତି ହେବନି । ଏହାକୁ ସମସ୍ତ ବରିଷ୍ଠ ସାମ୍ବାଦିକ ନିନ୍ଦା ମଧ୍ୟ କରିଛନ୍ତି । ଆଉ ଅନୁରୋଧ ମଧ୍ୟ କରିଛନ୍ତି କିପରି ଭାବେ ସାମ୍ବାଦିକତା ର ବିଶ୍ଵସନୀୟକୁ ଫେରେଇ ଆଣି ସମସ୍ତେ ସୂଚାରୁ ରୂପେ କାର୍ଯ୍ୟ କରି ଚାଲିବେ ଆଉ ଏଇ ବ୍ଲୂ ହ୍ଵେଲ ଖେଳରୁ ମୁକ୍ତି ପାଇବେ ।
ବ୍ଲୂ ହ୍ଵେଲ କବଜାରେ ଓଡିଶା ମିଡିଆ: ନିର୍ଦେଶ ଅନୁସାରେ ହେଉଛି କାମ ବ୍ଲୂ ହ୍ଵେଲ କବଜାରେ ଓଡିଶା ମିଡିଆ: ନିର୍ଦେଶ ଅନୁସାରେ ହେଉଛି କାମ Reviewed by Kalinga Express on September 13, 2017 Rating: 5

No comments