ସିସୋର ଚିଟଫଣ୍ଡ ମାମଲା: ବିଧାୟକ ପ୍ରଭାତ ବିଶ୍ଵାଳ ସିବିଆଇ ଦ୍ଵାରା ଗିରଫ


 କଟକ ଚୌଦ୍ଵାର ବିଧାୟକ ଶ୍ରୀଯୁକ୍ତ ପ୍ରଭାତ ବିଶ୍ଵାଳଙ୍କୁ ଗତକାଲି ରାତିରେ ଭୁବନେଶ୍ଵର ସିବିଆଇ ପୋଲିସ ଗିରଫ କରିଛି । ସିସୋର ଚିଟଫଣ୍ଡ ସଂସ୍ଥା ସହ ମିଶି ଶ୍ରୀଯୁକ୍ତ ବିଶ୍ଵାଳ ଜମି କିଣା ବିକା କାରବାର ଯୋଗୁଁ ପୂର୍ବରୁ ସିବିଆଇ ତାଙ୍କୁ ଜେରା କରି ସାରିଥିଲା । ଏଥିରେ ବିଧାୟକଙ୍କ ଧର୍ମପତ୍ନୀ ଙ୍କ ନାମ ମଧ୍ୟ ରହିଥିଲା । ବିଧାୟକଙ୍କ ଧର୍ମପତ୍ନୀଙ୍କ ନାମରେ ସମସ୍ତ କାଗଜପାତ୍ର ଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ସେ ମଧ୍ୟ ସିବିଆଇ ସ୍କାନରରେ ଥିଲେ । ମାତ୍ର ଆଜି ସକାଳୁ ହଠାତ ସିବିଆଇ ଶ୍ରୀଯୁକ୍ତ ବିଶ୍ଵାଳଙ୍କୁ ଗିରଫ କରିବା ସମସ୍ତଙ୍କୁ ଚକିତ କରିଛି ।

 ବିଜେଡି ତରଫରୁ ଏହା ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଛି । ଗତକାଲି ବିଜେଡ଼ିର ତୈଳ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ହରତାଳ ଯୋଗୁଁ ଆକ୍ରୋଶ ମନୋଭାବ ରଖି ଏପରି କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି ।
ସିସୋର ଚିଟଫଣ୍ଡ ମାମଲା: ବିଧାୟକ ପ୍ରଭାତ ବିଶ୍ଵାଳ ସିବିଆଇ ଦ୍ଵାରା ଗିରଫ ସିସୋର ଚିଟଫଣ୍ଡ ମାମଲା: ବିଧାୟକ ପ୍ରଭାତ ବିଶ୍ଵାଳ ସିବିଆଇ ଦ୍ଵାରା ଗିରଫ Reviewed by Kalinga Express on September 19, 2017 Rating: 5

No comments