ନିମ୍ନ ଅର୍ଥନୀତି ପାଇଁ ଭାଜପା ଦାୟୀ: ଯଶୱନ୍ତ ସିହ୍ନା


ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଯଶୱନ୍ତ ସିହ୍ନାଙ୍କ ଅରୁଣ ଜେଟଲୀଙ୍କୁ ଲେଖିଥିବା ଚିଠିକୁ ନେଇ ଏବେ ସାରା ଦେଶରେ ତୁମ୍ବୀ ତୋଫାନ । ସେ ଦେଶର ନିମ୍ନଗାମୀ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇବା ସହ ଅର୍ଥମନ୍ତ୍ରୀଙ୍କ ପାରଦର୍ଶିତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଆର୍ଥିକ ବିପର୍ଯ୍ୟୟ ପାଇଁ ସେ ଭାଜପାକୁ ହିଁ ଦାୟୀ କରିଛନ୍ତି । ବିମୁଦ୍ରିକରଣ ଏକ ଆର୍ଥିକ ବିପର୍ଯ୍ୟୟ ବୋଲି କହିବ ସହ ଜିଏସଟି ଲାଗୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀଯୁକ୍ତ ସିହ୍ନା ସିଧାସଳକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଦାୟୀ କରିଛନ୍ତି ତାଙ୍କର ଏକ ଆର୍ଟିକିଲ ମାଧ୍ୟମରେ । ସେ କହିଛନ୍ତି ମୁଁ ଯଦି ଏସବୁ ସତ କଥା କୁହେ ତେବେ ମୁଁ ଜାତୀୟ କର୍ତ୍ତବ୍ୟକୁ ଅବହେଳା କରୁଛି ବୋଲି କୁହାଯିବ ।

 ଏହାକୁ ନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ମଧ୍ୟ ସମାଲୋଚନା କରିଛନ୍ତି । ଶ୍ରୀଯୁକ୍ତ ପି. ଚିଦାମ୍ବରମ ଟ୍ଵିଟ କରି କହିଛନ୍ତି କି କେନ୍ଦ୍ର ସରକାର ଦେଶରେ ଆର୍ଥିକ ବିପର୍ଯ୍ୟୟ ଘଟିଛି ବୋଲି ସ୍ଵୀକାର କରି କେମିତି ଆର୍ଥିକ ପ୍ରଗତି ହେଇ ପାରିବ ସେ ବିଷୟରେ ଚିନ୍ତା କରନ୍ତୁ । ବିଜେପି କିନ୍ତୁ ଯଶୱନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛି ।
ନିମ୍ନ ଅର୍ଥନୀତି ପାଇଁ ଭାଜପା ଦାୟୀ: ଯଶୱନ୍ତ ସିହ୍ନା ନିମ୍ନ ଅର୍ଥନୀତି ପାଇଁ ଭାଜପା ଦାୟୀ: ଯଶୱନ୍ତ ସିହ୍ନା Reviewed by Kalinga Express on September 29, 2017 Rating: 5

No comments