ଟଙ୍କିକିଆ ଚାଉଳ କାହାର: ନିଜ ଟଙ୍କାରେ ଦେଉଛନ୍ତି କି ଜନତାଙ୍କୁ ?


 ଟଙ୍କିକିଆ ଚାଉଳ ଓଡିଶାବାସୀଙ୍କୁ କୋଢିଆ କରୁଛି ବୋଲି ବିଜେପି ବାରମ୍ବାର ଅଭିଯୋଗ କରିବା ସହ ବାରମ୍ବାର ପ୍ରେସ ମିଟ କରି ହୋ ହଲ୍ଲା କରୁଛି । ବିଜେପି ତରଫରୁ ସୋସିଆଲ ମିଡିଆରେ ମଧ୍ୟ ବିଜେଡି ଓ ନବୀନ ଓଡିଆଙ୍କୁ କୋଢିଆ କରୁଛନ୍ତି ବୋଲି ବିଭିନ୍ନ ପ୍ରକାର ପୋଷ୍ଟ ଦେଖିବାକୁ ମିଳୁଛି । କିନ୍ତୁ ସଦ୍ୟ ବିଜେପିର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କ କହିବ ଅନୁଯାୟୀ ଟଙ୍କାକିଆ ଚାଉଳ ମୋଦୀ ଦେଉଛନ୍ତି ଏବଂ ଏହା ମୋଦୀ ଚାଉଳ ବୋଲି କହି ଉପହାସର ଶୀକାର ହେଇଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ ବୋଲି କହିଛନ୍ତି ଡଃ. ଦାମୋଦର ରାଉତ । ସେ ବିଜେପିର ମନ୍ତ୍ରୀ ନୁହଁନ୍ତି ସାରା ଦେଶର ମନ୍ତ୍ରୀ ବୋଲି ଚିନ୍ତା କରିବା ଦରକାର । କେନ୍ଦ୍ରମନ୍ତ୍ରୀ ଶାଳୀନତା ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି । ସେହିଭଳି ବିରୋଦ୍ଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ବିଜେପିର ଏକ ହୀନ ରାଜନୀତି । କେହି ତାଙ୍କ ବାପା ଘରୁ ଆଣି ଦେଉନାହାନ୍ତି ବୋଲି ସେ କହିଛନ୍ତି ।  ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଟାକ୍ଷର ଶିକାର ହେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

 ପ୍ରଥମ କରି ୨୦୦୮ରେ ଓଡିଶା ସରକାର ରାଜ୍ୟରେ ୨ଟଙ୍କିଆ ଚାଉଳ ଦେଇଥିଲେ । ସେତେବେଳେ ଦେଶରେ ବିଜେପି ସରକାର ଥିଲା କି ବୋଲି ପ୍ରଶ୍ନ ଉଠିଛି । ପରେ ୨୦୧୩ ମସିହାରେ ଓଡିଶା ସରକାର ଏହାକୁ ଏକ ଟଙ୍କାରେ ଦେବାକୁ ସ୍ଥିର କରିଥିଲେ । ସେ ସମୟରେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା । ବିରୋଦ୍ଧୀ ଦଳ ନେତା ନରସିଂହ ମିଶ୍ରଙ୍କ କହିବାନୁଯାୟୀ ଖାଦ୍ୟ ସୁରକ୍ଷା ଆଇନ ୟୁପିଏ ସରକାର ଆଣିଥିଲେ । ତେଣୁ ସମସ୍ତ ଶ୍ରେୟ ମନମୋହନ ସରକାର ପାଇବାକୁ ଯୋଗ୍ୟ । କିନ୍ତୁ ସୋସିଆଲ ମିଡିଆର କିଛି ପୋଷ୍ଟରେ ଏହା କୃଷକର ଚାଉଳ ଓ କୃଷକ ସମସ୍ତ ଶ୍ରେୟ ନେବା ଦରକାର ବୋଲି ଦେଖିବାକୁ ମିଳୁଛି ।
ଟଙ୍କିକିଆ ଚାଉଳ କାହାର: ନିଜ ଟଙ୍କାରେ ଦେଉଛନ୍ତି କି ଜନତାଙ୍କୁ ? ଟଙ୍କିକିଆ ଚାଉଳ କାହାର: ନିଜ ଟଙ୍କାରେ ଦେଉଛନ୍ତି କି ଜନତାଙ୍କୁ ? Reviewed by Kalinga Express on October 06, 2017 Rating: 5

No comments