ମନେପଡେ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା: Kalinga Express


୧୯୯୯ ମସିହା ଆଜିର ଦିନରେ ସ୍ଵର୍ଣ୍ଣମୟୀ ଓଡିଶାକୁ ଗ୍ରାସ କରିଥିଲା ମହାପ୍ରଳୟ । ଏମିତି କିଛି ଘଟଣା ଘଟିଯାଇଥିଲା ଯାହା ଚିର ଦିନ ପାଇଁ ମନରୁ ଲିଭିବା ଅସମ୍ଭବ । ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ସେତେବେଳର ସେ କରାଳ ଓ ହୃଦୟ ବିଦାରକ ଦୃଶ୍ୟ ମନେ ପଡିଲେ ସାରା ଓଡିଶା ବାସୀଙ୍କ ମନ ଅସ୍ଥିର ହେଇଯାଏ । ମହାବାତ୍ୟାର ସେ କରୁଣ ଦୁଃଖକୁ ଅଙ୍ଗେ ଲିଭାଇଥିବା ଲୋକ ହିଁ କହିପାରିବ କି ଦୁଃଖ କଷ୍ଟ ଦେଇ ସେ ଗତି କରିଥିଲା ସେ ସମୟରେ । କିଏ ପୁଅକୁ ହଜାଇ କାନ୍ଦୁଥିଲା ତ କିଏ ସ୍ଵାମୀକୁ, କିଏ ପତ୍ନୀ କୁ ହରାଇଥିଲା ତ ଆଉ କିଏ ନିଜ ବାପାକୁ ଚିତ୍କାର କରି ଡାକୁଥିଲା । ଶହ ଶହ ଲୋକ ପ୍ରାଣ ହରେଇଲେ ପ୍ରକୃତିର କରାଳ ତାଣ୍ଡବ ଲୀଳାରେ । ଦୁଇ ଦିନରେ ହାହାକାର ପଡିଯାଇଥିଲା ।

  ସତେଯେମିତି ପ୍ରକୃତି ତାର ଦାଉ ସାଧୁଥିଲା ଏଇ ନିରୀହ ମଣିଷ ଉପରେ, ନିଜକୁ ପ୍ରମାଣିତ କରୁଥିଲା ସବୁଠାରୁ ଶକ୍ତିଶାଳୀ ବୋଲି । ଆଜି ଆଉ ଶୁଭୁନି ସେ ଆର୍ତ୍ତ ଚିତ୍କାର, ଶୁଭୁନି ସେ ବିକଟାଳ ଶବ୍ଦ ହେଲେ ହେଲେ ଚିରଦିନ ପାଇଁ ଏ ମାଟି ମୁକ ସାକ୍ଷୀ ହୋଇ ରହିଥିବ ସେଇ ଅଭୂଲା ଅଧ୍ୟାୟର ।
ମନେପଡେ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା: Kalinga Express ମନେପଡେ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା: Kalinga Express Reviewed by Kalinga Express on October 29, 2017 Rating: 5

No comments