ସନିଙ୍କ ଫଟୋ ଚୋରି କରି ଶାହା ଅଡୁଆରେ: Kalinga Express News


କେରଳ ଉପରେ ଭିନ୍ନ ଭିନ୍ନ ଟିପ୍ପଣୀ ଦେବାରେ ବିଜେପି ବ୍ୟସ୍ତ । ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସୋମାଲିଆ ମନ୍ତବ୍ୟ ଓ ପରେ ପରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଫେକ ଷ୍ଟ୍ରୀଟ ଲାଇଟ ଟ୍ଵିଟ ଆଉ ଏବେ ଅମିତ ଶାହାଙ୍କ ଫେକ ରାଲି ଫଟୋ ବିଜେପିକୁ ଅଡୁଆ ପରିସ୍ଥିତିରେ ପକାଇଛି । ଦେଶରେ ଦିନକୁ ଦିନ ମୋଦୀ ସରକାରର ମିଛ ପ୍ରତିଶ୍ରୁତି ଯୋଗୁଁ ବିଜେପିର ଲୋକପ୍ରିୟତା ଦ୍ରୁତ ଗତିରେ କମିବାରେ ଲାଗିଛି । ଏହି କ୍ଷେତ୍ରରେ ବିଜେପି କିଛି ମିଥ୍ୟା ଫଟୋଶପ ମାଧ୍ୟମରେ ସୋସିଆଲ ମିଡିଆରେ ନିଜର ଦବଦବା ବଜାୟ ରଖିବା ପାଇଁ ଏମିତି କିଛି ପନ୍ଥା ଆପଣେଇ ନେଇଛି । 

 କେରଳରେ ବିଜେପି ଓ ଆରଏସଏସ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଶାହା ଏକ ଜନରକ୍ଷକ ଯାତ୍ରା ଆରମ୍ଭ କରିଛନ୍ତି । ମାତ୍ର ଅବଶ୍ୟକୀୟ ଭିଡ ଜମା କରି ନ ପାରିବାରୁ ଏହି ଯାତ୍ରାରୁ ସେ ଓହରିଯାଇଥିବା ଜଣା ପଡିଛି । ଫଳରେ ସାରା ଦେଶବାସୀଙ୍କୁ ଏହି ଯାତ୍ରା ବିଷୟରେ ଅତିରଞ୍ଜିତ କରି ଦେଖେଇବାକୁ ଚିନ୍ତାକରି ବିଜେପିର ଏକ ଟ୍ରୋଲ ପେଜ ଆଉଟସ୍ପୋକେନର ମିଛ ଫଟୋଶପ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ବିଜେପିକୁ ହଟହଟା ହେବାକୁ ପଡିଛି । ଏଥିରେ ଆଉଟସ୍ପୋକେନ ଟ୍ରୋଲ ପେଜ ବଲିଉଡ ଅଭିନେତ୍ରୀ ସନୀ ଲିଓନିଙ୍କ କୋଚି ଗସ୍ତ ସମୟର ଏକ ରାଲିକୁ ସାହାଙ୍କ ସମର୍ଥକଙ୍କ ରାଲି ବୋଲି ଦର୍ଶାଇ ସୋସିଆଲ ମିଡିଆରେ କଡା ସମାଲୋଚନାର ଶୀକାର ହେଇଛି । ସମାଲୋଚନା ପରେ ପରେ ସେହି ଟ୍ରୋଲ ପେଜ ତରଫରୁ ସଂଶ୍ଳିଷ୍ଟ ପୋଷ୍ଟ ଟିକୁ ହଟାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ସେହି ପୋଷ୍ଟ ଭାଇରାଲ ହୋଇ ସାରିଥିଲା ।
ସନିଙ୍କ ଫଟୋ ଚୋରି କରି ଶାହା ଅଡୁଆରେ: Kalinga Express News ସନିଙ୍କ ଫଟୋ ଚୋରି କରି ଶାହା ଅଡୁଆରେ: Kalinga Express News Reviewed by Kalinga Express on October 07, 2017 Rating: 5

No comments