ବଦଳୁଛି ଗୁଜୁରାଟ: ନରେନ୍ଦ୍ର ପଟେଲ ଖୋଲିଲେ ବିଜେପି ମୁଖା


ଗୁଜୁରାଟରେ ନା ଖାଉଙ୍ଗା ନା ଖାନେ ଦୁଙ୍ଗା ନାରାର ଉଦେଶ୍ୟ ଏବେ ପଦାକୁ ଆସିଛି । ଗୁଜୁରାଟ ନିର୍ବାଚନକୁ ନେଇ ଏବେ ସେଠି ରାଜନୀତି ଜୋର ଧରିଛି । ପ୍ରତିଦିନ ନୂଆ ନୂଆ କଥା ପଦାକୁ ଆସୁଛି । ପ୍ରଥମେ ମୋଦୀଙ୍କ ରାଲି ଛାଡି ଲୋକ ଚାଲିଯିବା ଚର୍ଚ୍ଚା ଜୋର ଧରିଥିଲା, ଗତ କାଲି ମୋଦୀଙ୍କ ବଦୋଦରା ରୋଡ ଶୋ ମଧ୍ୟ ଏତେ ଆଖି ଦୃଶିଆ ନଥିବା ଦେଖାଯାଇଥିଲା । ସେମିତି ହାର୍ଦ୍ଦିକ ପଟେଲଙ୍କ ପଟିଦାର ନେତା ନରେନ୍ଦ୍ର ପଟେଲଙ୍କୁ ନେଇ ଏବେ ସାରା ଦେଶରେ ବିଜେପିର ଅସଲ ଚେହେରା ପଦାକୁ ଆସିବାରେ ଲାଗିଛି ।



  ନରେନ୍ଦ୍ର ପଟେଲ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଜେପିରେ ଯୋଗ ଦେଲେ ତାଙ୍କୁ ଏକ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ସେ କହିଛନ୍ତି । ଏଥିପାଇଁ ମଧ୍ୟ ତାଙ୍କୁ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା, ଯେଉଁ ଟଙ୍କା ସେ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଦେଖାଇଛନ୍ତି ।  ବିଜେପିରେ ଯୋଗ ଦେବାର ଠିକ ଏକ ଘଣ୍ଟା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହିସବୁ ଅଭିଯୋଗ ଆଣିଥିଲେ ।
ବଦଳୁଛି ଗୁଜୁରାଟ: ନରେନ୍ଦ୍ର ପଟେଲ ଖୋଲିଲେ ବିଜେପି ମୁଖା ବଦଳୁଛି ଗୁଜୁରାଟ: ନରେନ୍ଦ୍ର ପଟେଲ ଖୋଲିଲେ ବିଜେପି ମୁଖା Reviewed by Kalinga Express on October 23, 2017 Rating: 5

No comments