ଧୀରେ ଧୀରେ କମୁଛି ବିଜେପି ହାୱା: ହାତରୁ ଯାଇପାରେ ୨୦୧୯


୨୦୧୪ ରେ ବିଜେପି ପାଖରେ ଯେଉଁ ଲୋକପ୍ରିୟତା ଥିଲା ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ । ଦିନକୁ ଦିନ ବିଜେପିର ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଦରଦାମ ବୃଦ୍ଧି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁ ପରିଚାଳନରେ ବିଫଳ ହେଇଛନ୍ତି ଦେଶରେ ବିଜେପି ସରକାର । ଏହାକୁ ନେଇ ଲୋକ ମାନଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି । ବିଜେପି ସରକାରର ଏମିତି କିଛି ଘଟଣା ବା ସିଦ୍ଧାନ୍ତକୁ ଲୋକ ମାନେ ସହଜରେ ଗ୍ରହଣ କରି ପରି ନାହାନ୍ତି । ଆସନ୍ତୁ ଦେଖିବା ସେମିତି କିଛି ଘଟଣା ଏବଂ ବିଜେପି ଦ୍ଵାରା ନିଆଯାଇଥିବା କଠୋର ନିଷ୍ପତି । 

 ୧. ପ୍ରଥମେ ନିଜ ମାନିଫେଷ୍ଟୋରେ ଲୋକଙ୍କ ପାଇଁ ସବୁ ସୁବିଧା ସୁଯୋଗ କରିବା ସହ ଦରଦାମ ବୃଦ୍ଧିକୁ କମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାରକୁ ଆସିବା ପରେ ସତେ ଯେମିତି ଏସବୁକୁ ଭୁଲି ଯାଇ ନିଜ ଦଳୀୟ ପାଣ୍ଠି ଯୋଗାଡ କରିବା ସହ ଗରିବର ଟ୍ୟାକ୍ସ ପଇସାରେ ନିଜ ଦଳର ପ୍ରଚାର ପ୍ରସାର କରୁଛି ।
୨. ସରକାରକୁ ଆସିଲେ ଜନଲୋକପାଳ ବିଲ ଆଣିବେ ବୋଲି କହି ଏବେ ତାହା ଉପରେ କୌଣସି ଗୁରୁତ୍ଵ ଦେଉନାହାନ୍ତି ବିଜେପି ସରକାର ।
୩. ଗଙ୍ଗା ସଫା କରିବା ପ୍ରତିଶ୍ରୁତି ପାଣିର ଗାର ଭଳି ରହିଗଲା । ୨୯୦୦ କୋଟି ରୁ ଉର୍ଦ୍ଧ୍ଵ ଟଙ୍କା ଗଙ୍ଗା ସଫେଇରେ ଲାଗିଲା ଅଥଚ ଗଙ୍ଗା ସଫା ହେଇପାରିଲାନି ।
୪. ଦେଶ ବାହାରେ ଥିବା କଳାଧନ କୁ ଫେରେଇ ଆଣି ସମସ୍ତ ବ୍ୟାଙ୍କ ଖତାଧାରୀଙ୍କୁ ୧୫ ଲକ୍ଷ ଟଙ୍କା ଦେବା ପ୍ରତିଶ୍ରୁତି ବିଜେପି କୁ ଅଡୁଆ ପରିସ୍ଥିତିରେ ପକେଇଛି ।
୫. ବର୍ଷକୁ ଦୁଇ କୋଟି ଚାକିରି ଦିଆଯିବ ବେରୋଜଗାରଙ୍କୁ, ଏଭଳି ପ୍ରତିଶ୍ରୁତି ମଧ୍ୟ ବିଜେପିର ପାଣିରେ ଗାର ।
୬. ଆଇନଶୃଙ୍ଖଳା ପରିସ୍ଥିତିକୁ ସୁପରିଚାଳନ କରିବା ଛାଡି ନିଜେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ।
୭. ଗୁଜୁରାଟ ମଡେଲକୁ ସାମ୍ନାକୁ ଆଣି ସାଧାରଣ ନିର୍ବାଚନ ଜିତିଥିବା ବିଜେପି ଗୁଜୁରାଟରେ ଦଳିତଙ୍କୁ ନିର୍ଯ୍ୟାତନା ଓ ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ଉଠୁଛି ।
୮. ବିମୁଦ୍ରିକରଣ ଭଳି ଏକ କଠୋର ନିଷ୍ପତି ଯାହା ଦେଶର ଆର୍ଥିକ ସ୍ଥିତି କୁ ଦୋହଲାଇ ଦେଇଛି । ଯାହା ଫଳରେ ଦେଶର ଜିଡିପି କମିବାରେ ଲାଗିଛି । ବିମୁଦ୍ରିକରଣ ଯୋଗୁ ସରକାର ବହୁ ଟଙ୍କା କ୍ଷତି ସହିଛନ୍ତି, ସେହି ତୁଳନାରେ କଳାଧନ ରଖଥିବା ଲୋକଙ୍କ ଟଙ୍କା ଫେରି ଆସିବା କୁହାଯାଉଥିଲେ ମଧ୍ୟ ତାହା ପ୍ରହସନରେ ପରିଣତ ହେଇଛି । ବିମୁଦ୍ରିକରଣ ଫଳରେ କମ୍ପାନିଙ୍କ ଛଟେଇ ଯୋଗୁଁ ବହୁ ଲୋକ ଜୀବିକା ହରେଇଛନ୍ତି ।
୯. ବିମୁଦ୍ରିକରଣ ମାଡ ମନରୁ ଯାଇନଥିବା ବେଳେ ଜିଏସଟି ଭଳି ନିଷ୍ପତି ମଧ୍ୟ ଛୋଟ ଛୋଟ ବ୍ୟବସାୟୀ ଙ୍କୁ ଅସୁବିଧାରେ ପକେଇଛି । କିଛି ବ୍ୟବସାୟୀ ନିଜର ବେପାର ବଣିଜ ବନ୍ଦ କରିଦେଇଛନ୍ତି ।
୧୦. ଦେଶରେ ଯେଉଁ ରାଜ୍ୟରେ ଅଣବିଜେପି ସରକାର ଅଛି ସେଇ ରାଜ୍ୟରେ କଳେ ବଳେ କୌଶଳେ କ୍ଷମତା କୁ ଆସିବାକୁ ବିଜେପି ସରକାରୀ ସଂସ୍ଥାଙ୍କୁ ବ୍ୟବହାର କରୁଛି ବୋଲି ଅଭିଯୋଗ ହେଉଛି ।

 ଏସବୁ କାରଣକୁ ନେଇ ବିଜେପି ଏବେ ଅଡୁଆ ପରିସ୍ଥିତିରେ ପଡିଛି । ଧୀରେ ଧୀରେ ବଦନାମ ହେବାରେ ଲାଗିଛି ବିଜେପି । ଲୋକ ମାନେ ମଧ୍ୟ ମୁହଁ ଫେରେଇବା ଆରମ୍ଭ କରିଦେଇଛନ୍ତି । ଯାହା ବିଜେପିର ୨୦୧୯ ସ୍ଵପ୍ନକୁ ଧୂଳିସାତ କରିବାକୁ ସକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି । ସମୟ କେବଳ ସତ କହିବ । 
ଧୀରେ ଧୀରେ କମୁଛି ବିଜେପି ହାୱା: ହାତରୁ ଯାଇପାରେ ୨୦୧୯ ଧୀରେ ଧୀରେ କମୁଛି ବିଜେପି ହାୱା: ହାତରୁ ଯାଇପାରେ ୨୦୧୯ Reviewed by Kalinga Express on October 05, 2017 Rating: 5

3 comments