କଟକରେ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: Kalinga Express


ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ୧୧୩ ସହରାଞ୍ଚଳ ପାଇଁ । ସମୁଦାୟ ୭୮୩ କୋଟି ଟଙ୍କା ଖର୍ଚ୍ଚରେ ୫୫୫ ଟି ପ୍ରକଳ୍ପ ତିଆରି କରାଯିବ । ୭୪ ଟି ସହରରେ ୧୫୭ କୋଟି ବ୍ୟୟରେ ହବ ୧୮୨ଟି ପ୍ରକଳ୍ପ । ଯାହାର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ଆଜି ବାରବାଟୀ ଇଣ୍ଡୋର ଷ୍ଟାଡିୟମରେ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ପ୍ରତ୍ୟେକ ଘରେ ଏବଂ ସହରର ପ୍ରତ୍ୟେକ ସ୍ଥାନରେ ଏହି ଜଳ ନିଶ୍ଚିତ ଭାବରେ ପହଞ୍ଚିବ । ଏହା ମହିଳା ମାନଙ୍କ ଦୁଃଖ ଦୂର କରିବାରେ ସହାୟ ହେବ ଏବଂ ଏକ ବର୍ଷ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ।

  ମୁଖ୍ୟମନ୍ତ୍ରୀ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିବା ସହ ଭୁବନେଶ୍ଵରରେ ୬ ଟି ୱାଟର ଟେଷ୍ଟିଙ୍ଗ ଲାବୋରଟୋରୀ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଓ ବାରିପଦା ପାଇଁ ଉଦଘାଟନ ମଧ୍ୟ କରିଛନ୍ତି । ଏହି ପ୍ରକଳ୍ପ ହେଲେ ଓଡିଶା ଆଉ ପଡୋଶୀ ରାଜ୍ୟ ମାନଙ୍କ ଉପରେ ୱାଟର ଟେଷ୍ଟିଙ୍ଗ ପାଇଁ ନିର୍ଭର କରିବ ନାହିଁ ବୋଲି ସେ କହିଛନ୍ତି ।
କଟକରେ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: Kalinga Express କଟକରେ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: Kalinga Express Reviewed by Kalinga Express on October 20, 2017 Rating: 5

No comments