ପୁଣି ଦାମ ମାରିଲେ ବାଣ: କେନ୍ଦ୍ରକୁ ଟାର୍ଗେଟ


ପୁଣି ମୋଦୀ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ସିଧାସଳଖ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ । ମୋଦୀଙ୍କ ଆଚ୍ଚରଣ ଓ ଉଚ୍ଚାରଣକୁ ନେଇ ଉଠାଇଛନ୍ତି ପ୍ରଶ୍ନ । କହିଛନ୍ତି ବିଦ୍ଵେଷ ଓ ଅସହିଷ୍ଣୁତାକୁ ଏବେ ମୋଦୀ ସରକାର ନିଜର ଭୂଷଣ କରିଛନ୍ତି । ଯାହା ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଏବେ ଯେଉଁ ଭଳି ଭାବେ ବିରୋଧି ଦଳଙ୍କୁ ସମାଲୋଚନ କରୁଛନ୍ତି ତାହା ଜଣେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଶା କରାଯାଏ ନାହିଁ ବୋଲି ସେ କହିଛନ୍ତି । ମୋଦୀ ଯେଉଁ ଭଳି ନିମ୍ନ ସ୍ତରକୁ ଯାଇ କଥା ବାର୍ତ୍ତା କରୁଛନ୍ତି ତାହା ପ୍ରଧାନମନ୍ତ୍ରୀ ହୋଇ ନିଜର ସ୍ଥାନକୁ ଭୁଲି ଯାଉଛନ୍ତି ବୋଲି ଦାମ କହିଛନ୍ତି । ବିଜେପି ଶାସିତ ରାଜ୍ୟରେ ମୁସଲମାନ ଓ ଦଳିତ ମାନେ ଅସୁରକ୍ଷିତ ମଣୁଛନ୍ତି । ନିଶ ରଖିଲେ ବି ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି । ଏହିସବୁ ଘଟଣାରୁ ମୁକ୍ତି ପାଇବାକୁ ଦେଶ ସ୍ଵାଧୀନ ହେଇଥିଲା, ମାତ୍ର ବହୁ ବର୍ଷ ପରେ ଏହି ମୋଦୀ ସରକାର ଏବେ ପୁଣି ସେଇ ବ୍ରିଟିଶ ଶାସନ ଆରମ୍ଭ କରିଦେଇଛନ୍ତି ବୋଲି ଦାମ ସଫା ସଫା କରିଛନ୍ତି । ବିଜେପି ନେତାମାନଙ୍କର ସମ୍ପ୍ରଦାୟିକ ମନୋଭାବ ଦେଶ ପାଇଁ ଶୁଭଂକର ନୁହେଁ ବୋଲି ସେ ଦୃଢ ସ୍ଵରରେ କହିଛନ୍ତି ।
ପୁଣି ଦାମ ମାରିଲେ ବାଣ: କେନ୍ଦ୍ରକୁ ଟାର୍ଗେଟ ପୁଣି ଦାମ ମାରିଲେ ବାଣ: କେନ୍ଦ୍ରକୁ ଟାର୍ଗେଟ Reviewed by Kalinga Express on October 18, 2017 Rating: 5

No comments