ଆଜି ହାତ ଛାଡି ପଦ୍ମ ଧରିବେ ଉପାସନା: Kalinga Express


କଂଗ୍ରେସର ଦିବଙ୍ଗତ ତୁଙ୍ଗ ନେତା ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କ ଅଲିଅଳ କନ୍ୟା ଉପାସନା ମହାପାତ୍ର ଆଜି ବିଦ୍ଧିବଦ୍ଧ ଭାବେ ବିଜେପିରେ ମିଶୁଛନ୍ତି ।  ଶ୍ରୀଯୁକ୍ତ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ଝିଅ ଏହି ନିଷ୍ପତି ନେବା କଂଗ୍ରେସ ପ୍ରେମୀ ବା ଲୁଲୁ ସେନା ନାମରେ ନାମିତ ଗୋଷ୍ଠୀକୁ ଆଘାତ ଦେଇଛି । ଲୁଲୁ ସେନାର କିଛି କର୍ମୀ ଏହାକୁ ନାପସନ୍ଦ କରିଛନ୍ତି । ସେମାନେ କଂଗ୍ରେସରେ ଥିଲେ ଓ କଂଗ୍ରେସରେ ରହିବେ ବୋଲି ଜୋର ଦେଇ କହିଛନ୍ତି । ଲୁଲୁଙ୍କ ଦାୟାଦ ଭାବେ ଉପାସନା, କେନ୍ଦ୍ରମନ୍ତ୍ରୀ ବା ତାଙ୍କ ସମ୍ପର୍କୀୟ ମାମୁଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗରେ ରହୁଥିଲେ । ସେ ବାରମ୍ବାର ସବୁ କ୍ଷେତ୍ରରେ ବିଜେପିକୁ ସମର୍ଥନ ମଧ୍ୟ କରୁଥିଲେ ।

 ଉପାସନା କହିଛନ୍ତି କି ତାଙ୍କ ପିତା ସ୍ଵର୍ଗତ ଲୁଲୁ ମହାପାତ୍ରଙ୍କୁ କଂଗ୍ରେସରେ ଉପେକ୍ଷିତ କରାଯାଉଥିଲା । ଯେଉଁଥିପାଇଁ ଉପାସନା ଆଜି ବିଜେପିରେ ମିଶିବାର ମୁଖ୍ୟ କାରଣ ହୋଇଛି । ବିଜେପିର ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିବାର ଯୋଜନା କରିଛନ୍ତି ବୋଲି ଉପାସନା କହିଛନ୍ତି । ବହୁଦିନ ହେବ ଉପାସନାଙ୍କ ବିଜେପିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ପଡିଛି । ଏହି ମିଶ୍ରଣ ପର୍ବ ପାଇଁ ବିଜେପି ପକ୍ଷରୁ ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନ କରାଯାଇଛି ।
ଆଜି ହାତ ଛାଡି ପଦ୍ମ ଧରିବେ ଉପାସନା: Kalinga Express ଆଜି ହାତ ଛାଡି ପଦ୍ମ ଧରିବେ ଉପାସନା: Kalinga Express Reviewed by Kalinga Express on October 14, 2017 Rating: 5

No comments