ଗ୍ୟାସ ପାଇପ ଲାଇନ ଉଦଘାଟନ ଉତ୍ସବରେ ନିଜ ସହଯୋଗୀ ଓ କର୍ମୀଙ୍କୁ ଚେଲା ଚାମୁଣ୍ଡା କହିଲେ ଧର୍ମେନ୍ଦ୍ର: Kalinga Express


ପ୍ରାଥମିକ ଭାବେ ଆଜି ଭୁବନେଶ୍ଵର ନାଲକୋ କଲୋନୀରେ ୨୫୫ଟି ପରିବାର ପାଇଁ ଜାଳେଣୀ ଗ୍ୟାସ ପାଇପ ଲାଇନର ଉଦଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ମୋଟ ୧୩ଟି ଜିଲ୍ଲାରେ ୬୬୯ କିମି ଗ୍ୟାସ ଲାଇନ ବିଛାଇବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏହି  ଉଦଘାଟନ ସଭାରେ ନବୀନଙ୍କୁ କଟାକ୍ଷ କରୁ କରୁ ନିଜ ସହଯୋଗୀ କର୍ମୀ ମାନଙ୍କୁ ପରୋକ୍ଷରେ ବି ଚେଲା ଚାମୁଣ୍ଡା କହିବାକୁ ପଛାଇ ନାହାନ୍ତି କେନ୍ଦ୍ରମନ୍ତ୍ରୀ ।

 କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ଆଚରଣକୁ ବିଜେଡି କହିଛି ଯେ ଏହା କେନ୍ଦ୍ରମନ୍ତ୍ରୀଙ୍କ ଅହଂକାରକୁ ଦର୍ଶାଉଛି । ଶ୍ରୀଯୁକ୍ତ ପ୍ରଧାନ ନିଜର ହିତାହିତ ଜ୍ଞାନ ହରାଇ ବସିଲେଣି । ଏହା ତାଙ୍କର ନିମ୍ନ ମାନସିକତାକୁ ସୂଚାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି । ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ନେତା ହୋଇ କର୍ମୀଙ୍କୁ ଏଭଳି ସମାଲୋଚନା ପ୍ରଜାତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ଧର୍ମେନ୍ଦ୍ରଙ୍କ ସହ ଥିବା ସମସ୍ତ ନେତାଙ୍କୁ ବୁକୁଚା ବୁହା କୁହାଯାଇପାରିବ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଶ୍ରୀଯୁକ୍ତ ଦାସ କହିଛନ୍ତି ପ୍ରଥମେ ଧର୍ମେନ୍ଦ୍ର ବାବୁ ନେତା ଓ କର୍ମୀ ମାନଙ୍କୁ ସମ୍ମାନ ଦେଇ ଶିଖନ୍ତୁ, ତେବେ ଯାଇ ନିଜେ ଜଣେ ନେତା ହେଇ ପାରିବେ ।
ଗ୍ୟାସ ପାଇପ ଲାଇନ ଉଦଘାଟନ ଉତ୍ସବରେ ନିଜ ସହଯୋଗୀ ଓ କର୍ମୀଙ୍କୁ ଚେଲା ଚାମୁଣ୍ଡା କହିଲେ ଧର୍ମେନ୍ଦ୍ର: Kalinga Express ଗ୍ୟାସ ପାଇପ ଲାଇନ ଉଦଘାଟନ ଉତ୍ସବରେ ନିଜ ସହଯୋଗୀ ଓ କର୍ମୀଙ୍କୁ ଚେଲା ଚାମୁଣ୍ଡା କହିଲେ ଧର୍ମେନ୍ଦ୍ର: Kalinga Express Reviewed by Kalinga Express on October 20, 2017 Rating: 5

No comments