କ୍ଷୁଧା ଦୁର କରିବାରେ ଭାରତ ଏବେ ଉତ୍ତର କୋରିଆ ଏବଂ ଇରାକ ପଛରେ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ


ଭାରତରେ ଦିନକୁ ଦିନ ଭୋକ ଉପାସରେ ରହୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ଭାରତ ଏବେ ଉତ୍ତର କୋରିଆ ଏବଂ ଇରାକ ଭଳି ଦେଶ ମାନଙ୍କ ପଛକୁ ରହି ଯାଇଛି । ବିକାଶଶୀଳ ୧୧୯ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ଏହି କ୍ଷେତ୍ରରେ ୧୦୦ ରେ ଥିବା ରିପୋର୍ଟରେ ପ୍ରକାଶ ପାଇଛି ।  ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (GHI) ସ୍କୋର ରେ ଭାରତର ସ୍କୋର ୩୧.୪ ରହିଛି । ଯାହା ସବୁଠାରୁ ଖରାପ ବର୍ଗରେ ଯାଉଛି ବୋଲି ଜଣ ପଡିଛି ।

 ଭାରତରେ ଗରିବୀ ଏହାର ମୂଳ କାରଣ ବୋଲି ଜଣା ପଡିଛି । ଏହାର କାରଣ ଅପପୃଷ୍ଟିର ଶିକାର ହେଉଥିବା ଶିଶୁ ଓ ମହିଳା ଏବଂ ବୟସ ଅନୁଯାୟୀ ଉଚ୍ଚତା ଏବଂ ଖାଦ୍ୟର ମାନକୁ ମଧ୍ୟ ସୂଚାଉଛି । ଏହି ରିପୋର୍ଟ ଅନୁଯାୟୀ ଭାରତ ୧୦୦ ରେ ଥିବାବେଳେ ପଡୋଶୀ ନେପାଳ-୭୨, ମିଆଁମାର-୭୭, ବାଙ୍ଗଲାଦେଶ-୮୮, ଶ୍ରୀଲଙ୍କା-୮୪, ଚାଇନା-୨୯ ଏବଂ ପାକିସ୍ତାନ-୧୦୬ ନମ୍ବରରେ ରହିଛି । ଏପରିକି ଉତ୍ତର କୋରିଆ-୯୩ ଏବଂ ଇରାକ-୭୮ ରେ ରହିଛନ୍ତି ।
କ୍ଷୁଧା ଦୁର କରିବାରେ ଭାରତ ଏବେ ଉତ୍ତର କୋରିଆ ଏବଂ ଇରାକ ପଛରେ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ କ୍ଷୁଧା ଦୁର କରିବାରେ ଭାରତ ଏବେ ଉତ୍ତର କୋରିଆ ଏବଂ ଇରାକ ପଛରେ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ Reviewed by Kalinga Express on October 13, 2017 Rating: 5

No comments