ଅଲଗା ହେଲେ ଜଗା ବଳିଆ: ସଫଳ ହେଲା ଅସ୍ତ୍ରୋପଚାର


ଆଜି ସକାଳ ୯ଟାରୁ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ ହେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହା ଥିଲା ଜଗା ବଳିଆଙ୍କର ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର । ଗତ ମାସ ୨୮ ତାରିଖରେ ହେଇଥିଲା ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର । ଯାହାର ନେତୃତ୍ଵ ନେଇଥିଲେ ଓଡିଆ ଡାକ୍ତର ତଥା ନ୍ୟୁରୋସର୍ଜନ ଅଶୋକ ମହାପାତ୍ର ।

ଆଜିର ଏହି ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳ ହେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦୀର୍ଘ ସମୟର ସଫଳ ଅସ୍ତ୍ରୋପଚାର ପରେ ଅଲଗା ହେଇଛନ୍ତି ଦୁଇ ଯୋଡା ମୁଣ୍ଡ ଶିଶୁ । ଦୁଇ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ୭୨ ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କୁ ଅବଜରଭେସନରେ ରଖାଯିବ ବୋଲି କହିଛନ୍ତି ଡାକ୍ତର । ଏହାପରେ ଆଜି ରାତ୍ରିରେ ପ୍ଲାଷ୍ଟିକ ସର୍ଜରୀ କାମ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଜଗା ବଳିଆଙ୍କର ସଫଳ ଅସ୍ତ୍ରୋପଚାର ପାଇଁ ଆଜି ସକାଳୁ ସାରା ଓଡିଶା ବାସୀ ଭଗବାନ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଥିବା ସୋସିଆଲ ମିଡିଆରେ ଦେଖାଯାଇଥିଲା । 
ଅଲଗା ହେଲେ ଜଗା ବଳିଆ: ସଫଳ ହେଲା ଅସ୍ତ୍ରୋପଚାର ଅଲଗା ହେଲେ ଜଗା ବଳିଆ: ସଫଳ ହେଲା ଅସ୍ତ୍ରୋପଚାର Reviewed by Kalinga Express on October 25, 2017 Rating: 5

No comments