ବାପାର ଚୌକାକୁ ପୁଅର ଛକା: କଳିଙ୍ଗ ଏକ୍ସପ୍ରେସ


ଦେଶରେ ଦିନକୁ ଦିନ ବଦନାମ ହେବାରେ ଲାଗିଛି ବିଜେପି ଓ ମୋଦୀ ସରକାର । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କଳା ସମ୍ପତିର ତାଲିକା ଧୀରେ ଧୀରେ ସାମ୍ନାକୁ ଆସୁଛି । ପ୍ରଥମେ ଶାହାଙ୍କର ନିଜ ସମ୍ପତିର ତାଲିକା ଆସିଥିଲା ଯେଉଁଥିରେ ତାଙ୍କ ସମ୍ପତି ଗତ ତିନି ବର୍ଷ ମଧ୍ୟରେ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବା ଚର୍ଚ୍ଚା ଧରିଥିଲା କିନ୍ତୁ ଏବେ ପୁଅ ଜୟ ଶାହାଙ୍କର ସମ୍ପତିର ମୂଲ୍ୟ ସାମ୍ନାକୁ ଆସିଛି ଯାହା ସାରା ଦେଶ ବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଇଛି । ଜୟ ଶାହାଙ୍କ ୫୦୦୦୦ ଟଙ୍କାର କମ୍ପାନିର ଭାଲ୍ୟୁ ଗତ ତିନି ବର୍ଷରେ ୧୬୦୦୦ ଗୁଣ ବୃଦ୍ଧି ପାଇ ୮୦ କୋଟିରେ ପହଞ୍ଚିଛି । ସଦା ସର୍ବଦା ନିଜକୁ ସ୍ଵଚ୍ଛ ଓ ଭ୍ରଷ୍ଟାଚାର ବିରୋଧୀ ନେତା ବୋଲି କହିଆସୁଥିଲେ ଶାହା । ଏବେ କିନ୍ତୁ ଇଂରାଜୀ ୱେବସାଇଟ ଦ ଓୟାର ର ଏହି ଖବର ଶାହାଙ୍କ ଭାବମୂର୍ତ୍ତିରେ କଳଙ୍କ ବୋଳିଛି । ରେଜିଷ୍ଟ୍ରାର ଅଫ କମ୍ପାନୀଜ (ଆରଓସି) ତଥ୍ୟ ଅନୁଯାୟୀ ଏହି ପର୍ଦାଫାସ କରିଛି ଦ ଓୟାର । ଏହି ଖବର ବିରୋଧରେ ଜୟ ଶାହା ୧୦୦ କୋଟିର ମାନହାନୀ ମକୋଦ୍ଦମା କରିଥିଲେ ମଧ୍ୟ ସାରା ଦେଶରେ ଏବେ ବଦନାମର କଳଙ୍କ ମୁଣ୍ଡେଇଛନ୍ତି ।

 ଜୟ ଶାହାଙ୍କ କମ୍ପାନୀ ଟେମ୍ପଲ ଏଣ୍ଟରପ୍ରାଇଜ ପ୍ରାଇଭେଟ ଲିମିଟେଡର ରେକର୍ଡ ଅନୁଯାୟୀ କମ୍ପାନୀ ୨୦୧୪-୧୫ରେ ୫୦ ହଜାର ଟଙ୍କାରୁ କାରବାର ଆରମ୍ଭ କରିଥିଲା, ମାତ୍ର ୨୦୧୫-୧୬ ରେ କମ୍ପାନୀର ଟର୍ଣ୍ଣ ଓଭର ୮୦ ହଜାରରେ ପହଞ୍ଚି ଯାଇଥିଲା । ଏହାକୁ ନେଇ କଂଗ୍ରେସ ବିଜେପିକୁ ଆକ୍ରମଣ କରିଛି ।  ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି କମ୍ପାନୀର ତଦନ୍ତ ହେବା ଜରୁରୀ ବୋଲି ମିଡିଆକୁ କହିଛନ୍ତି । ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆ ସରଗରମ । ବିକାଶ ଓ ଜୟ, ଏହି ଦୁଇ ଶବ୍ଦକୁ ନେଇ ବିଭିନ୍ନ ପ୍ରକାରର କଟାକ୍ଷ ଓ ମନ୍ତବ୍ୟ ଦେଖିବାକୁ ମିଳୁଛି ।
ବାପାର ଚୌକାକୁ ପୁଅର ଛକା: କଳିଙ୍ଗ ଏକ୍ସପ୍ରେସ ବାପାର ଚୌକାକୁ ପୁଅର ଛକା: କଳିଙ୍ଗ ଏକ୍ସପ୍ରେସ Reviewed by Kalinga Express on October 10, 2017 Rating: 5

No comments