ହତ୍ୟା ଅଭିଯୁକ୍ତଙ୍କୁ ସହଯୋଗ କରି ଫସିଲେ ବିଜେପିର କୁହାଳିଆ ନେତା: Kalinga Express


ଗଞ୍ଜାମ ଛତ୍ରପୁର କାଉନସିଲର ଲକ୍ଷ୍ମୀ ପ୍ରଧାନଙ୍କ ହତ୍ୟା କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କଲା ଓଡିଶା ପୋଲିସ । ଦୁଇ ଷଡଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟଧନ ରେଡିଙ୍କୁ ଉତ୍ତରାଖଣ୍ଡ ଡେରାଡୁନରୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗିରଫ ହେବା ପରେ ଦୁଇ ଷଡଯନ୍ତ୍ରକାରୀଙ୍କୁ ବିଜେପି ନେତା ଗୋଲକ ମହାପାତ୍ର ସହଯୋଗ କରିଥିବା ପୋଲିସ କହିଛି । ସେପ୍ଟେମ୍ବର ୧୬ରେ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରଯାଇଥିଲା । ଏହି ଘଟଣାରେ ପୋଲିସ ପୂର୍ବରୁ ୧୫ ଜଣଙ୍କୁ ଗିରଫ କରି ସାରିଛି ।

  ଏଭଳି ଏକ ଷଡଯନ୍ତ୍ର ଓ ହତ୍ୟା ଘଟଣାରେ ବିଜେପି ନେତାଙ୍କ ହାତ ଥିବା ନେଇ ଜଣା ପଡିବା ପରେ ବିଜେପିର ଅସଲ ଚେହେରା ଏବେ ସାମ୍ନାକୁ ଆସିଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ସତ ହେଇଥିଲେ ବିଜେପି ଠାରୁ ଲୋକଙ୍କ ଆସ୍ଥା ତୁଟିଯିବ ବୋଲି ବିଜେଡି ମୁଖପାତ୍ର ସୂର୍ଯ୍ୟ।ନାରାୟଣ ପାତ୍ର ଗଣମାଧ୍ୟମକୁ କହିଛନ୍ତି । ଅଭିଯୁକ୍ତଙ୍କ କହିବା ଅନୁଯାୟୀ ସେମାନେ ହତ୍ୟାକାଣ୍ଡ ପରେ କୋଲକାତା ଚାଲିଯାଇଥିଲେ ଏବଂ ସେମାନେ ଗୋଲକ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ସାହାଯ୍ୟ ପାଇଁ । ଗୋଲକ ମହାପାତ୍ର ତାଙ୍କୁ ଡେରାଡୁନ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ଆବେଦନ କରିବ ବୋଲି ଗଞ୍ଜାମ ଏସପି ଆଶିଷ ସିଂହ କହିଛନ୍ତି । 
ହତ୍ୟା ଅଭିଯୁକ୍ତଙ୍କୁ ସହଯୋଗ କରି ଫସିଲେ ବିଜେପିର କୁହାଳିଆ ନେତା: Kalinga Express ହତ୍ୟା ଅଭିଯୁକ୍ତଙ୍କୁ ସହଯୋଗ କରି ଫସିଲେ ବିଜେପିର କୁହାଳିଆ ନେତା: Kalinga Express Reviewed by Kalinga Express on October 28, 2017 Rating: 5

No comments