ଫାଇଦାରେ ମନୋରଞ୍ଜନ: Kalinga Express


 ଜଣେ ଫାଇଦା ପାଇବା, ଆଉ ତାହା ଚିରଦିନ ପାଇଁ ଗୁପ୍ତ ରହିଯିବ ବୋଲି ଭାବିବା, କେବଳ ଭାବନା ମାତ୍ର ହେଇ ରହିଯାଏ ।  ନବୀନଙ୍କ ଠାରୁ ଫାଇଦା ପାଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରିବା ଆହୁରି କୌତୁହଳ ସୃଷ୍ଟି କରେ । ଏବେ ସେପରି କୌତୁହଳ ସୃଷ୍ଟି କରିଛନ୍ତି ନାମକୁ ମାତ୍ର ସୌମ୍ୟ ପଟ୍ଟନାୟକଙ୍କ ଇଜଲାସରେ ଥିବା କନକ ଟିଭିର ଚିଫ ଏଡିଟର ମନୋରଞ୍ଜନ ମିଶ୍ର ।

  ଖବର ମୁତାବକ ମନୋରଞ୍ଜନ ଦୁଇ ଦୁଇ ଥର ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପ୍ରଥମଥର ଭେଟିଥିଲେ, ଆଉ ତାଙ୍କ ଶିକ୍ଷୟତ୍ରୀ ପତ୍ନୀଙ୍କୁ ମାଲକାନଗିରିରୁ ଜୋନାଲ ଟ୍ରାନ୍ସଫର ପାଇଁ ଅନୁରୋଧ କରିଥିଲେ । ଏହାକୁ ନବୀନ ତଥାସ୍ତୁ କହିଥିଲେ । ସମସ୍ତେ ଜାଣନ୍ତି ଏହା ଏକ ଅସମ୍ଭବ ଅନୁରୋଧ ଥିଲା । ଯଦି ଆଉ କାହା କ୍ଷେତ୍ରରେ ଏହା ଘଟିଥାନ୍ତା, ତେବେ ମନୋରଞ୍ଜନ ମିଶ୍ର ଲାଇଭରେ ସେ ନିଜେ ଚିଲ୍ଲାଇଥାନ୍ତେ । ସେଇ ଜୋନାଲ ଟ୍ରାନ୍ସଫର ହେଇ ପାରିଲାନି ବୋଲି ଇତିଶ୍ରୀ ପ୍ରଧାନ ଆତ୍ମହତ୍ୟା କଲେ । ଏହା କିପରି ସମ୍ଭବ ହେଲା ? ଜଣେ କ୍ଷମତାଶାଳୀ ସମ୍ପାଦକଙ୍କ କ୍ଷେତ୍ରରେ ଭିନ୍ନ ମାପଦଣ୍ଡ କାହିଁକି ? ମାଲକାନଗିରିରେ କଣ କେହି କାମ କରିବେନି, ସବୁ ଖାଲି ଭୁବନେଶ୍ବରେ କାମ କରିବେ ।

  ଛାଡନ୍ତୁ, ନିଜ ବେଳକୁ ବହୁତ ଲୋକ ସଂସାରୀ ପାଲଟିଯାଆନ୍ତି । ଦ୍ଵିତୀୟ ଥର ମନୋରଞ୍ଜନ ନବୀନଙ୍କ ସହ ଏକ ୮୦ଲକ୍ଷ ଟଙ୍କାର ଡିଲ କରିଥିଲେ । ତାହା ଥିଲା, ୬ ନମ୍ବର ପାଣି ଟାଙ୍କି ପାଖ ଦ୍ଵିତୀୟ ଲେନରେ ପତ୍ନୀଙ୍କ ପାଇଁ ଏକ ସରକାରୀ ଘର । ଏଥିପାଇଁ ଏହା ୮୦ଲକ୍ଷ ଟଙ୍କାର ଡିଲ କୁହାଯାଉଛି ଯେ ଏଥିରେ ସେ ଓ ତାଙ୍କ ପରିବାର ତାଙ୍କ ପତ୍ନୀଙ୍କ ଚାକିରି କାଳ ପ୍ରାୟ ୩୨ ବର୍ଷ ରହିବେ । ବେସରକାରୀ ଘର ଭଡା ହିସାବରେ ଏହା ୮୦ ଲକ୍ଷ ଛୁଉଁଛି । ଏହା ତୁରନ୍ତ ଆପ୍ରୁଭ କରିବା ପାଇଁ ସ୍ଵର୍ଗତ ଶତପଥୀ ବାବୁଙ୍କୁ ନିର୍ଦେଶ ଦେଇଥିଲେ ନବୀନ ।

  ମନୋରଞ୍ଜନଙ୍କ ଜୀବନକୁ ସହଜ ଓ ଆରାମଦାୟକ ନବୀନ କରିବା ପରେ ମନୋରଞ୍ଜନ ଅସଲ ଖେଳ ଆରମ୍ଭ କଲେ । ଅମିତ ଶାହା ଏଠାରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି କହିବା ପରେ ମଧ୍ୟ ମନୋରଞ୍ଜନ ନଛୋଡ ବନ୍ଧା । ରାସ୍ତାରେ ବି ସେ ରବି ଦାସଙ୍କୁ ପଚାରିଲେ ନବୀନ ଓ ଧର୍ମେନ୍ଦ୍ର ଭିତରୁ ଆପଣ କାହାକୁ ବାଛିବେ ଓ ତାହାକୁ ଫେସବୁକ ଲାଇଭ କଲେ । ନାମକୁ ମାତ୍ର ସୌମ୍ୟ ପଟ୍ଟନାୟକଙ୍କ ମାଲିକାନାରେ ଥିବା କନକ ଟିଭିରେ ସେ ରାତି ଦିନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରୋଜେକ୍ଟ କରାଇ ଚାଲିଛନ୍ତି । ଏଇଠୁ ପୁଣି ଫାଇଦା ସନ୍ଦେହ ଦୃଢୀଭୂତ ହେବାରେ ଲାଗିଛି । ଏପରି ଏକପାଖିଆ ହାବ ଭାବକୁ ବିଜେଡ଼ିର କିଛି ବରିଷ୍ଠ ନେତା ସହଜରେ ଗ୍ରହଣ କରି ପରି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ନିର୍ଦେଶର ପୁନର୍ବିଚାର କରିବା ପାଇଁ ସଜବାଜ ହେଉଥିବା ଜଣା ପଡିଛି । 
ଫାଇଦାରେ ମନୋରଞ୍ଜନ: Kalinga Express ଫାଇଦାରେ ମନୋରଞ୍ଜନ: Kalinga Express Reviewed by Kalinga Express on October 19, 2017 Rating: 5

No comments