ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସେ ଏକାଙ୍ଗ ଛତ୍ରପତି କହିଲେ ଚଳେ: Odia Story


  ଜୀବନରେ ପାଖାପାଖି ସବୁଯାକ ଅନୁଭୂତିକୁ ଧର୍ଯ୍ୟର ସହ ନ ସାଉଁଟିଲେ ପରିପୂର୍ଣ୍ଣତା ବିଷୟରେ କଳ୍ପନା କରିବା ସ୍ୱୟଂ ଅପୂର୍ଣ୍ଣତାର ପ୍ରତୀକ । ଏ କଥାକୁ କମଳା ଭାଇ ଭଲଭାବରେ ବୁଝନ୍ତି । ସୁଦୀର୍ଘ ଯାତ୍ରା ପରେ ଏବେ ସାମାଜିକ ବିଷୟବସ୍ତୁର ନିଜେ ଜଣେ ଭଲ ସମାଲୋଚକ ଏବଂ ଏକଥା ପାଇଁ ସାମାଜରେ ବହୁଳ ଭାବେ ଆଦୃତ ମଧ୍ୟ ସେ। ଏବେ ପ୍ରତିଷ୍ଠିତ ସମାଜରେ ତାଙ୍କର ସଂକ୍ଷିପ୍ତ ପରିଚୟ "କେ.କେ ନାୟକ " ମାନେ କମଳାକାନ୍ତ ନାୟକ । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସେ ଏକାଙ୍ଗ ଛତ୍ରପତି କହିଲେ ଚଳେ । ତାଙ୍କ ପାଇଁ ବ୍ୟବସାୟ ଏକ ଆତ୍ମସନ୍ତୋଷର ବିଷୟ, ସେଥିପାଇଁ ସେ ତାଙ୍କ ସାମ୍ରାଜ୍ୟର ବ୍ୟବସାୟୀ କରଣ ନକରି ବରଂ ଆତ୍ମସଂଯମତାର ମନ୍ଦିର ଟିଏ ଗଢି ତୋଳିଛନ୍ତି କହିଲେ ଚଳେ । ସହରରେ ଜାଣିବା ଯୌବନମାନେ ପ୍ରାୟ ଆଶା କରନ୍ତି କେମିତି କଣ ତାଙ୍କ ସହ ଯୋଡି ହୋଇଯିବା ପାଇଁ ଯାହାର ପରିଣତି ଭାଇକୁ ଆହୁରି ବିଚିକ୍ଷଣ କରି ଗଢି ତୋଳିବାରେ ସାହାଯ୍ୟ କରିଛି କହିଲେ ଚଳେ । ପ୍ରତି ଦିନ କିଛି ନୁଆ ବ୍ୟକ୍ତିତ୍ୱ ସହିତ ଯୋଡିହେବା ତାଙ୍କ କାର୍ଯ୍ୟସୂଚିର ଅଂଶବିଶେଷ କହିଲେ ।


  ଅଫିସ ର ନୂଆ କିରାଣି ପୋଷ୍ଟ ପାଇଁ ଆଶାୟୀ ପାର୍ଥୀ ମାନଙ୍କ ଫାଇଲ ଆଡଉ ଆଡଉ ଗୋଟିଏ ଫାଇଲ ପାଖେ ସ୍ତବ୍ଧ ହୋଇ ରହିଗଲା ତାଙ୍କ ଆଖି !!ମୁହୁର୍ତ୍ତକରେ ମାନସିକ ସ୍ତରରେ କୋଡିଏ ବର୍ଷ ତଳକୁ ଖସିଗଲା ତାଙ୍କ ସଚେତନତା !!

  ନିପଟ ମପଂସଲି ଗାଁର ରାଜକୁମାର ସେ ଥିଲେ କହିଲେ ଚଳିବ । ନୂଆଣିଆ ଚାଳ ଘରୁ ପଖାଳ ଖାଇ ତାଙ୍କ ବୌଦ୍ଧିକତା ଆରମ୍ଭ ହୋଇଥିଲା । ଭଲ ପାଠ ପଢୁଥିଲେ ବୋଲି ଗାଁ ଟା ସାରାର ଗେହ୍ଲା ପୁଅ ଥିଲେ , ଖାଲି ପାଠ କାହିଁକି ! ବାପାଙ୍କୁ ଚାଷକାମରେ ସାହାଯ୍ୟ କରିବା ସହିତ ଗାଈ ପାଳି ଚରେଇବା ପର୍ଯ୍ୟନ୍ତ , ସବୁ କାମକୁ ସେ ପାରଙ୍ଗମ । ସୌମ୍ୟକାନ୍ତି ଚେହେରା ପାଇଁ ଅନେକ ପ୍ରେମ କାହାଣୀ ସେ ସମୟରେ ଅପେକ୍ଷା କଲେ ମଧ୍ୟ ଗାଁରେ କେବେ ପରିବାରର ନାଁକୁ ତଳେ ପକେଇ ନଥିଲେ କାରଣ ସେ ସମୟରେ ପ୍ରେମକୁ ନେଇ ସମାଜ ଏତେ ଉଦାର ନଥିଲା । ମେଟ୍ରିକରେ ପ୍ରଥମଶ୍ରେଣୀରେ ଉତ୍ତିର୍ଣ୍ଣ ହେଲେ ମଧ୍ୟ ନିଜ ମେଧା ପ୍ରତି ପ୍ରଗାଢ ବିଶ୍ୱାସ ଥିବାରୁ ଗାଁ କଲେଜକୁ ହିଁ ବାଛିଥିଲେ । ଏମିତି ବି ପରିବାରର ଅର୍ଥନୈତିକ ଅବସ୍ଥା ଯାହା ଥିଲା ସହର ଏକ ଲକ୍ଷ ହେବା ହିଁ ଶ୍ରେୟସ୍କର ବୋଲି ମାନି ନେଇଥିଲେ । 

  କଲେଜରେ ଯେଵେ ସେ କ୍ଲାସମେଟ ରଂଜିତାକୁ ଦେଖିଥିଲେ ନିଜ ଭିତରର ଭାବନାକୁ ଅଟକେଇ ପାରିଲେ ନାହିଁ । କୌଣସି ନା କୌଣସି ମତେ ରଂଜିତାକୁ ନିଜ ଆବେଗ ବିଷୟରେ ଅବଗତ କରେଇଵା ପାଇଁ ବହୁତ କଷ୍ଟ ସ୍ୱିକାର କରିବାକୁ ପଡିଥିଲା ତାଙ୍କୁ। ରଂଜିତା ସେ ସମୟରେ ଆର୍ଥିକ ସ୍ୱଛଳ ପରିଵାରର ଝିଅ ଆଉ ତା' ପାଇଁ ପ୍ରେମିକର ଅଭାବ ବି ନଥିଲା । ଭାଇ ତା ମନକଥା ଗୋଟେ ଚିଠିରେ ଜଣେ ପତ୍ରବାହକ ହାତେ ଦେବା ପରେ ରଂଜିତାର ପ୍ରତିଉତ୍ତର ଭାଇ ଦେଇଥିବା ଚିଠି ଉପରେ ହିଁ ଆସିଥିଲା " ତୋର ଔକାତ କେତେ ବେ କୁକୁର " । 


  ପ୍ରେମର ହତ୍ୟା ନିଜେ ପ୍ରେମିକା କଲା ତା' ପରେ ଭାଇ ତା' ନିଜପ୍ରତି ଆଭିମୁଖ୍ୟ କୁ ବଦଳେଇ ଦେଇଥିଲା ଏବଂ ଆଉ କେବେ ପ୍ରେମ କରିବ ନାହିଁ ବୋଲି ତ୍ରିବାର ଶପଥକୁ ପର ଜୀବନରେ ସାକାର ମଧ୍ୟ କଲା। ଏବେ ବହୁତ ଦିନ ପରେ ରଂଜିତାକୁ ଦେଖି କୌଣସି ପ୍ରତିକ୍ରିୟା ନହେଲେ ମଧ୍ୟ ଅଭୁଲା ସ୍ମୃତି ତା' କାମ କରିବା ବନ୍ଦ କଲା ନାହିଁ । ସାଙ୍ଗେ ସାଙ୍ଗେ ପରିଚିତ ଲୋକଙ୍କ ପାଖକୁ ପୋଂନ କରି ଜାଣିଲା ଯେ ରଂଜିତା ତା ନିଜ ଜୀବନରେ ଏବେ ଅନେକ ସଂର୍ଘଷମୟ ଅବସ୍ଥାରେ ଅଛି ସେଥିପାଇଁ ତାକୁ ଚାକିରି ଦେବା କିମ୍ବା ତା ସହିତ ଦେଖା ହେବାର ପରିଣାମ ବୁଝିାବାକୁ ବାକି ରହିଲାନି ତା ପାଇଁ । 

  ବହୁତ ସମୟ ଭାବି ଭାବି ସିଗରେଟ ଟିଏ ଲଗେଇ , କେ.କେ. ଭାଇ ସାଙ୍ଗ ଚନ୍ଦନକୁ ଫୋନ ଲଗେଇ କହିଲେ ..ଗୋଟେ ଫାଇଲ ପଠଉଛି ଆଉ ଏ ଲୋକର ଚାକିରି ବ୍ୟବସ୍ଥା ନିଶ୍ଚୟ କରିବୁ .........କାରଣ ମୋ ଔକାତ ବାହାରେ ଏ ଲୋକ କୁ ଚାକିରି ଦେବା ହେଲେ ନିହାତି ଆବଶ୍ୟକ ସେ ଲୋକର ଚାକିରି ଖଣ୍ଡେ



 ସେ ପଟୁ ସ୍ୱର ଆସିଲା ... ଆରେ ନିଶ୍ଚିତ ! ତୋ ପାଇଁ ଏତିକି କରିବାର ସୁଯୋଗ ତ ମିଳିଲା ..... ପା
ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସେ ଏକାଙ୍ଗ ଛତ୍ରପତି କହିଲେ ଚଳେ: Odia Story ତାଙ୍କ ବ୍ୟବସାୟ ପ୍ରତିଷ୍ଠାନର ସେ ଏକାଙ୍ଗ ଛତ୍ରପତି କହିଲେ ଚଳେ: Odia Story Reviewed by Kalinga Express on October 17, 2017 Rating: 5

No comments