ବିଜେପିକୁ ଝଟକା: ହାତରୁ ଗଲା ଲୋକସଭା ଆସନ


ପଞ୍ଜାବର ଗୁରୁଦାସପୁର ଉପ ନିର୍ବାଚନରେ ବିଜେପିକୁ ଲାଗିଛି ବଡ ଝଟକା । କଂଗ୍ରେସକୁ ମିଳିଛି ବଡ ସଫଳତା । ବିନ୍ନୋଦ ଖାନାଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଥିଲା । ଏହି ଆସନ ପାଇଁ ଅକ୍ଟୋବର ୮ ତାରିଖରେ ମତଦାନ ହୋଇଥିଲା । ଏହି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ ବିଜେପି ପ୍ରାର୍ଥୀ ସ୍ଵର୍ଣ୍ଣ ସଲାରିୟାଙ୍କୁ ୧ଲକ୍ଷ ୯୩ ହଜାର ୨୧୯ ଟି ଭୋଟରେ ହରାଇଥିବା ସୂଚନା ମିଳିଛି । ସୁନୀଲ ଜାଖଡ ୪ ଲକ୍ଷ ୯୯ ହଜାର ୭୫୨ ଭୋଟ ପାଇଥିବା ବେଳେ ବିଜେପିର ସ୍ଵର୍ଣ୍ଣ ସଲାରିୟା ୩ ଲକ୍ଷ ୬ ହଜାର ୫୩୩ ଟି ପାଇଛନ୍ତି । ପୂର୍ବର ସମସ୍ତ ନିର୍ବାଚନ ଅପେକ୍ଷା ଏହି ନିର୍ବାଚନରେ କଂଗ୍ରେସ ବହୁ ବ୍ୟବଧାନରେ ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ ହରାଇଛି । ନିର୍ବାଚନରେ ଆପ ପ୍ରାର୍ଥୀ ସୁରେଶ ଖଜୁରୀଆ ପାଇଛନ୍ତି ମାତ୍ର ୨୩,୫୭୯ଟି ଭୋଟ । ନୋଟା ଭୋଟ ପଡିଛି ୭,୫୮୭ଖଣ୍ଡ ।

ଏହି ବିଜୟ ପରେ ସାରା ଦେଶରେ କଂଗ୍ରେସ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ନେତା ଓ କର୍ମୀମାନେ ଏକାଠି ହୋଇ ନିଜ ନିଜ ଭିତରେ ମିଠା ବାଣ୍ଟି ଖୁସି ମନଉଥିବା ଦେଖା ଯାଇଛି ।
ବିଜେପିକୁ ଝଟକା: ହାତରୁ ଗଲା ଲୋକସଭା ଆସନ ବିଜେପିକୁ ଝଟକା: ହାତରୁ ଗଲା ଲୋକସଭା ଆସନ Reviewed by Kalinga Express on October 15, 2017 Rating: 5

No comments