ସୋସିଆଲ ମିଡିଆରେ ଘୁରିବୁଲୁଛି ନବୀନଙ୍କ ସମ୍ପତିର ମୂଲ୍ୟ: Kalinga Express


କିଛି ଦିନ ହେଲାଣି ସୋସିଆଲ ମିଡିଆରେ ଘୁରିବୁଲୁଛି ନବୀନଙ୍କ ସମସ୍ତ ସମ୍ପତିର ଏକ ରିପୋର୍ଟ । କେଉଁଠି କିଏ କହୁଛି କି ନବୀନଙ୍କ ଭଳି ସମସ୍ତ ନେତା ନିଜ ସମ୍ପତିର ହିସାବ ଦିଅନ୍ତୁ ତ ଆଉ କିଛି କହୁଛନ୍ତି ନିଜ ସମ୍ପତିର ହିସାବ ଦେବାରେ ନବୀନଙ୍କ ଭଳି ମୁଖ୍ୟମନ୍ତ୍ରୀ ବିରଳ, ପୁଣି କିଏ କହୁଛି ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀ ମାନେ ନିଜର ସମ୍ପତିର ହିସାବ ଦେଇପାରିବେ କି ? ଏମିତି କିଛି ଚର୍ଚ୍ଚା ଯୋର ଧରିଛି ଓ ଏହା ଭାଇରାଲ ହେଉଛି ମଧ୍ୟ ।


 ସେହି ରିପୋର୍ଟ ଅନୁଯାୟୀ ନବୀନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୨୪ ଲକ୍ଷରୁ ଅଧିକ ଟଙ୍କା । ସେହିଭଳି ଦିଲ୍ଲୀରେ ଥିବା ଘରର ମୂଲ୍ୟ ୩୬ କୋଟି ବୋଲି ନବୀନ ତାଙ୍କ ଷ୍ଟେଟମେଣ୍ଟରେ ଦେଇଛନ୍ତି । ଫରିଦାବାଦ ରେ ତାଙ୍କର ଏକ କୋଠା ରହିଛି ଯାହାର ମୂଲ୍ୟ ୭ କୋଟି ରୁ ଉର୍ଦ୍ଧ୍ଵ ଏବଂ ଭୁବନେଶ୍ଵର ରେ ଥିବା ନବୀନ ନିବାସର ମୂଲ୍ୟ ୫ କୋଟି ରୁ ଉର୍ଦ୍ଧ୍ଵ ଥିବା ସେ ଜଣାଇଛନ୍ତି । ତାଙ୍କ ପାଖରେ କୌଣସି ବିଳାଶ ପୂର୍ଣ୍ଣ ଗାଡି କିମ୍ବା ସେମିତି କିଛି ସୁନାଗହଣା ନଥିବା ସେହି ରିପୋର୍ଟ ରେ ଅଛି । ତାଙ୍କ ପାଖରେ ଥିବା ସୁନାଗହଣାର ମୂଲ୍ୟ ୨ଲକ୍ଷ ଅଟେ । ତେବେ ଏସବୁ ସତ୍ବେ ସେ ତାଙ୍କ ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଧାର ସୂତ୍ରରେ ଆଣିଥିବା ଦର୍ଶାଇଛନ୍ତି ।
ସୋସିଆଲ ମିଡିଆରେ ଘୁରିବୁଲୁଛି ନବୀନଙ୍କ ସମ୍ପତିର ମୂଲ୍ୟ: Kalinga Express ସୋସିଆଲ ମିଡିଆରେ ଘୁରିବୁଲୁଛି ନବୀନଙ୍କ ସମ୍ପତିର ମୂଲ୍ୟ: Kalinga Express Reviewed by Kalinga Express on October 03, 2017 Rating: 5

No comments