ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଛୁଟୁଛି ଶୁଭେଚ୍ଛାର ସୁଅ


ଆଜି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ସବୁଆଡୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏପରିକି ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଖିବାକୁ ମିଳୁଛି । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମଧ୍ୟ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଯୁଗ ପୁରୁଷଙ୍କ ଜନ୍ମ ଦିନରେ ଆମ କଳିଙ୍ଗ ଏକ୍ସପ୍ରେସ ପରିବାର ତରଫରୁ ମଧ୍ୟ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରୁଛୁ ।

୧୯୪୬ ଅକ୍ଟୋବର ୧୬ ତାରିଖରେ କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ନବୀନ ବାବୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଭୂମିପୁତ୍ର ପିତା ବିଜୁ ବାବୁ ଓ ମାତା ଜ୍ଞାନ ପଟ୍ଟନାୟକଙ୍କର ତୃତୀୟ ସନ୍ତାନ ଥିଲେ ନବୀନ । କଟକରେ ପାଠପଢା ଆରମ୍ଭ କରିଥିବା ନବୀନ ଉଚ୍ଚ ଶିକ୍ଷା ପାଇଁ ଡୁନ ସ୍କୁଲରେ ନାମ ଲେଖାଇଥିଲେ । ବିଳାଶ ପୂର୍ଣ୍ଣ ଚାକଚକ୍ୟ ଜୀବନ ଠାରୁ ଦୂରେଇ ଯାଇ ସାଧାରଣ ମଣିଷଟେ ପରି ଜୀବନ ଯାପନ କରୁଥିଲେ । ଶାନ୍ତ, ସରଳ ଓ ମିଷ୍ଟଭାଷୀ ସ୍ଵଭାବ ତାଙ୍କୁ ଆଜି ମହାନ ଜନନାୟକ ଭାବେ ଗଢି ତୋଳିଛି । ରାଜନୀତିରେ ରୁଚି ରଖିନଥିବା କିମ୍ବା ସଦା ସର୍ବଦା ରାଜନୀତି ଠାରୁ ଦୂରେଇ ରହୁଥିବା ନବୀନ ତାଙ୍କ ପିତା ବିଜୁ ବାବୁଙ୍କ ନିଧନ ପରେ ସତେ ଯେମିତି ଓଡ଼ିଶାର ସୁଖ ଦୁଃଖର ସାଥି ପାଲଟିଯାଇଛନ୍ତି । ରାଜନୀତିର ପଶାପାଲିରେ ନବୀନ ଏବେ ନିପୁଣ ଏଥିରେ ସନ୍ଦେହ ନାହିଁ ।

 ରାଜନୀତିରେ ପାଦ ଦେବା ପରେ ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଶାର ଶାସନ ଭାର ସୂଚାରୁ ରୂପେ ପରିଚାଳନା କରିଚାଲିଛନ୍ତି । ଏଥିପାଇଁ ସେ କେବେ ପଛଘୁଞ୍ଚା ଦେଇ ନାହାନ୍ତି । ଦେଶରେ ଏକ ଆଞ୍ଚଳିକ ଦଳ ଭାବେ ବିଜେଡ଼ିରୁ ଲଗାତର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ଦେଶରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ସେ । ତାଙ୍କର ଏହି ଜନ୍ମ ଦିନରେ ଭଗବାନ ତାଙ୍କୁ ସୁସ୍ଥ, ଦୀର୍ଘ ଓ ଓଡ଼ିଶାକୁ ସୁଶାସନ ଦେବା ପାଇଁ ଅଜସ୍ର ଶକ୍ତି ଦିଅନ୍ତୁ, ଏହାହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଛୁଟୁଛି ଶୁଭେଚ୍ଛାର ସୁଅ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ଛୁଟୁଛି ଶୁଭେଚ୍ଛାର ସୁଅ Reviewed by Kalinga Express on October 16, 2017 Rating: 5

No comments