ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ହତ୍ୟା ଧମକ: Kalinga Express


ଚଳଚଞ୍ଚଳ ରାଜ୍ୟ ବିଜେପିର ପାର୍ଟି ଅଫିସରେ ପଶି ଦୁଇ ଯୁବକ ରାଜ୍ୟସଭାପତି ବସନ୍ତ ପଣ୍ଡାଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଜଣାପଡିଛି । ଏକ ସାମ୍ବାଦିକ ସମ୍ମିଳନୀ ପାଇଁ ପାର୍ଟି ଅଫିସରେ ବସନ୍ତ ପଣ୍ଡା ଥିବା ବେଳେ ଏହି ଦୁଇ ଯୁବକ ଦୁଇଟି ବନ୍ଧୁକ ସହ ପାର୍ଟି ଅଫିସରେ ପହଞ୍ଚି ଧମକ ଦେଇଥିଲେ ।

  ବିଜେପିର କାର୍ଯ୍ୟଧାରା ରେ ଅସନ୍ତୁଷ୍ଟ ହେଇ ସେମାନେ ଏମିତି କରିଥିବା ଜଣା ପଡିଛି । ଦୁଇଜଣ ଯୁବକ ବାରଙ୍ଗ ଅଞ୍ଚଳର ବୋଲି ଜଣା ପଡିଛି । ଜଣେ ପିନାକୀ ମହାନ୍ତି ଓ ଆଉ ଜଣେ ସଂବିତ ପଣ୍ଡା ବୋଲି ସେମାନେ ନିଜର ପରିଚୟ ଦେଇଛନ୍ତି । ସେମାନେ ଦୁଇଟି ବନ୍ଧୁକ ଓ କିଛି କାଗଜ ସହ ପାର୍ଟି ଅଫିସରେ ପଶି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । ନିଜକୁ ବିଜେପିର କର୍ମୀ ବୋଲି ସେମାନେ କହୁଥିବା ବେଳେ ଖାରବେଳ ନଗର ଥାନା ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । 
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ହତ୍ୟା ଧମକ: Kalinga Express ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ହତ୍ୟା ଧମକ: Kalinga Express Reviewed by Kalinga Express on November 20, 2017 Rating: 5

No comments