ଏକ କୋଟି ଟଙ୍କାର ଜମି ଠକେଇ କରି ବିଜେପି ନେତା ଗିରଫ: Kalinga Express


ଭୁବନେଶ୍ଵର: ଦିନକୁ ଦିନ ଭାରତୀୟ ଜନତା ପାର୍ଟି ଓଡିଶାରେ ବଦନାମ ହେବାକୁ ଲାଗିଛି । କେତେବେଳେ ନେତା ମାନଙ୍କର ଅପରାଧୀଙ୍କ ସହ ସଂପର୍କକୁ ନେଇ ତ କେତେବେଳେ ଅପରାଧୀଙ୍କୁ ସହଯୋଗ କରି ଏବଂ କେତେବେଳେ ବିସ୍ଫୋରକ ସାମଗ୍ରୀ ଚାଲାଣ କରି ବିଜେପି ନେତା ଚର୍ଚ୍ଚାରେ । ସେହିଭଳି ଗତକାଲି ଏକ ଜମି ଠକେଇ ଅଭିଯୋଗରେ ଗିରଫ ହେଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର । କୋର୍ଟଙ୍କ ୱାରେଣ୍ଟ ବଳରେ ପୋଲିସ ତାଙ୍କୁ ଗିରଫ କରିଛି । ରବିବାର ରାତିରେ କଟକ ମଙ୍ଗଳବାଗ ଅଞ୍ଚଳରୁ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହେଇଥିଲା । ପୂର୍ବରୁ ପୋଲିସ ତାଙ୍କ ବାରିପଦା ବାସଭବନରେ ଚଢାଉ କରିଥିଲେ ମଧ୍ୟ କୃଷ୍ଣଚନ୍ଦ୍ରଙ୍କୁ ଧରିବାରେ ବିଫଳ ହେଇଥିଲା । କୌଣସି ଆଗୁଆ ସୂଚନା ପାଇ କୃଷ୍ଣଚନ୍ଦ୍ର ଫେରାର ହୋଇଯାଇଥିଲେ ।

  ସୂଚନା ଅନୁସାରେ କୃଷ୍ଣଚନ୍ଦ୍ର ତାଙ୍କର ଏକ ଜମିକୁ ଏକ ବିଲ୍ଡର ସଂସ୍ଥାର ସମ୍ପର୍କୀୟ ରୀନା ଧୀରଙ୍କୁ ଅଗ୍ରୀମ ଏକ କୋଟି ଟଙ୍କାରେ ବିକ୍ରି କରିବାକୁ ଚୁକ୍ତି କରିଥିଲେ । କିନ୍ତୁ ପରେ କୃଷ୍ଣଚନ୍ଦ୍ର ଦ୍ଵିତୀୟବାର ସେଇ ଜମିକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଥିଲେ । ଏହା ଜାଣିବା ପରେ ରୀନାଙ୍କ ତରଫରୁ କୃଷ୍ଣଚନ୍ଦ୍ରଙ୍କୁ ତାଙ୍କ ଅଗ୍ରୀମ ଏକ କୋଟି ଟଙ୍କା ଫେରସ୍ତ ପାଇଁ କୁହାଯାଇଥିଲା । ବାରମ୍ବାର ଟଙ୍କା ମାଗିବା ଯୋଗୁଁ କୃଷ୍ଣଚନ୍ଦ୍ର, ରୀନାଙ୍କୁ ଏକ କୋଟି ଟଙ୍କାର ଏକ ଚେକ ଦେଇଥିଲେ, ଯାହା ପରେ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା । ତେଣୁ ରୀନା କୋର୍ଟଙ୍କ ଦ୍ଵାରସ୍ଥ ହେଇଥିଲେ । କୋର୍ଟଙ୍କ ମାମଲା ଇନ୍ଫୋସିଟି ଥାନାକୁ ଦିଆଯାଇଥିଲା । ଇନ୍ଫୋସିଟି ଥାନା ତରଫରୁ ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଆସିବା ପରେ ପୋଲିସ ଚଢାଉ କରି ଶେଷରେ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହେଲା । 
ଏକ କୋଟି ଟଙ୍କାର ଜମି ଠକେଇ କରି ବିଜେପି ନେତା ଗିରଫ: Kalinga Express ଏକ କୋଟି ଟଙ୍କାର ଜମି ଠକେଇ କରି ବିଜେପି ନେତା ଗିରଫ: Kalinga Express Reviewed by Kalinga Express on November 20, 2017 Rating: 5

No comments