ଛତ୍ରପୁର କାଉନସିଲର ହତ୍ୟା ମାମଲା: ଥାନାରେ ହାଜର ହେଲେ ବିଜେପି ନେତା ଗୋଲକ ମହାପାତ୍ର


ଗଞ୍ଜାମ ଛତ୍ରପୁର କାଉନସିଲର ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଆଜି ଛତ୍ରପୁର ଥାନାରେ ହାଜର ହୋଇଥିଲେ । ବିରାଟ ଏକ ପଟୁଆରରେ ପହଞ୍ଚିଥିଲେ ଛତ୍ରପୁରରେ । ଭୁବନେଶ୍ବରରୁ ତାଙ୍କ ସହ ଯାଇଥିଲେ ଏକ ୪୦ ଜଣିଆ ଟିମ । ବିଜେପି ନେତା ସମୀର ଦେ ଓ ସୁରମ ପାଢୀ ମଧ୍ୟ ତାଙ୍କ ସହ ଛତ୍ରପୁର ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଟିମରେ ସାମିଲ ହେଇଥିଲେ ଦଳୀୟ କର୍ମୀ । ବେକରେ ଫୁଲ ମାଳ ପକାଇ ପଟୁଆରରେ ପହଞ୍ଚିଥିଲେ ଥାନାରେ । ପୋଲିସ ଅନ୍ୟମାନଙ୍କୁ ବାହାରେ ଅଟକାଇ କେବଳ ଗୋଲକ ମହାପାତ୍ରଙ୍କୁ ଥାନାକୁ ନେଇଥିଲା । ଥାନାରେ ହାଜର ପାଇଁ ଗତ କାଲି ରାତିରେ ପୋଲିସ ଶ୍ରୀ ମହାପାତ୍ରଙ୍କୁ ନୋଟିସ କରିଥିଲା । 
  
  ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ସାହାଯ୍ୟ କରିଥିବା ନେଇ ଅଭିଯୁକ୍ତ କୃଷ୍ଣ ନାୟକ ମିଡିଆକୁ କହିବା ପରେ ଛତ୍ରପୁର ପୋଲିସ ଶ୍ରୀ ମହାପାତ୍ରଙ୍କୁ ନୋଟିସ କରିଥିଲା ଥାନାରେ ହାଜର ହବା ପାଇଁ । ଆଜି ଥିଲା ଶ୍ରୀ ମହାପାତ୍ରଙ୍କ ପ୍ରଥମ ପର୍ଯ୍ୟାୟ ଜେରା । ଆଜି  ପୋଲିସ ଦୁଇଟି ପର୍ଯ୍ୟାୟରେ ଗୋଲକଙ୍କୁ ୩ ଘଣ୍ଟାରୁ ଅଧିକ ସମୟ ଜେରା କରିଛି । ପୋଲିସ ପ୍ରଥମେ ଗୋଲକଙ୍କୁ ଅପରାହ୍ନ ୧.୧୦ ରୁ ୨.୧୦ ଏକ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ଏବଂ ମଧ୍ୟାହ୍ନ ଭୋଜନ ପରେ ପୁନଃ ସନ୍ଧ୍ୟାରେ ୨ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା ବୋଲି ଶ୍ରୀ ମହାପାତ୍ର ଥାନାରୁ ବାହାରିବା ପରେ କହିଛନ୍ତି । ସମ୍ବାଦିକଙ୍କ ପ୍ରଶ୍ନରେ ଗୋଲକ କହିଛନ୍ତି ମୁଁ ପୋଲିସକୁ ସମ୍ପୁର୍ଣ୍ଣ ରୂପେ ସାହାଯ୍ୟ କରିବି ।

  ଏହାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି । ବିଜେପି ମିଡିଆରେ ବାରମ୍ବାର ଗୋଲକଙ୍କ ସପକ୍ଷରେ ମତ ରଖୁଥିବା ବେଳେ ବିଜେଡି ଆଜି ଗୋଲକଙ୍କ ଗିରଫ ଦାବି ନେଇ ରାଲି କରିଥିବା ଦେଖାଯାଇଥିଲା । 
ଛତ୍ରପୁର କାଉନସିଲର ହତ୍ୟା ମାମଲା: ଥାନାରେ ହାଜର ହେଲେ ବିଜେପି ନେତା ଗୋଲକ ମହାପାତ୍ର ଛତ୍ରପୁର କାଉନସିଲର ହତ୍ୟା ମାମଲା: ଥାନାରେ ହାଜର ହେଲେ ବିଜେପି ନେତା ଗୋଲକ ମହାପାତ୍ର Reviewed by Kalinga Express on November 01, 2017 Rating: 5

No comments