ମା କୋଳକୁ ଫେରିଲା ଜଗା: Kalinga Express


ମା କୋଳକୁ ଫେରିଲା ଜଗା । ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ଵିତୀୟ ପର୍ଯ୍ୟାୟ ସଫଳ ଅସ୍ତ୍ରୋପଚାର ହୋଇ ଦୁହେଁ ଅଲଗା ହେବା ପରେ ପ୍ରଥମ ଥର ପାଇଁ ଜଗା ମା' କୋଳକୁ ଫେରିଛି । ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବାରୁ ତାକୁ ମା' ଙ୍କ ପାଖକୁ ଅଣାଯାଇଥିଲା ବୋଲି ଏମ୍ସ ତରଫରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ମା' କୋଳରେ କିଛି ସମୟ ଖୁବ ହସ ଖୁସିରେ କାଟିଥିଲା ଜଗା । ତରଳ ଖାଦ୍ୟ ଖାଇବା ସହ ଜଗା ଏବେ ଗୀତ ମଧ୍ୟ ଶୁଣୁଛି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ବଳିଆର ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିବା ପାଇଁ ଆଉ କିଛି ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି ।

   ଜଗାର ସ୍ୱାସ୍ଥ୍ୟ ଏବେ ବହୁତ ଭଲ ଥିବା କହିଛନ୍ତି ଏମ୍ସର ଡାକ୍ତରୀଦଳ । ତଥାପି ଜଗାର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ଚାଲିଥିବା ସେମାନେ କହିଛନ୍ତି । ଜଗାର ସ୍ଵାସ୍ଥ୍ୟରେ ଉନ୍ନତି ଏବଂ ମନୋରଞ୍ଜନ ପାଇଁ ସାଧାରଣ ୱାର୍ଡରେ ମ୍ୟୁଜିକ ସିଷ୍ଟମର ବ୍ୟବସ୍ଥା କରାଯିବା ପାଇଁ ଯୋଜନା ମଧ୍ୟ ଚାଲିଛି । ସାରା ଓଡିଶାବାସୀ ମଧ୍ୟ ଜଗା ବଳିଆଙ୍କ ସୁସ୍ଥ କାମନା କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖାଯାଉଛି । 
ମା କୋଳକୁ ଫେରିଲା ଜଗା: Kalinga Express ମା କୋଳକୁ ଫେରିଲା ଜଗା: Kalinga Express Reviewed by Kalinga Express on November 08, 2017 Rating: 5

No comments