ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ: ରୋଷେଇ ଘରେ ମହଙ୍ଗା ମାଡ


ଦେଶରେ ରନ୍ଧନ ଗ୍ୟାସ ଦର ହୁ ହୁ ହେଇ ବଢିବାରେ ଲାଗିଛି । ପୁଣି ମହଙ୍ଗା ହେଇଛି ଗ୍ୟାସ ସିଲିଣ୍ଡର ଦର । ସବସିଡି ରନ୍ଧନ ଗ୍ୟାସ ମୂଲ୍ୟ ୪.୫୬ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅଣସବସିଡି ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୯୩ ଟଙ୍କା ବୃଦ୍ଧି ଘଟିଛି । ଯାହା ଏବେ ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହେଇଛି । ବିମାନ ପାଇଁ ବ୍ୟବହୃତ ଜାଳେଣିର ମୂଲ୍ୟରେ ବୃଦ୍ଧି ଘଟିବା ପରେ ବିମାନ ଭଡା ମଧ୍ୟ ବୃଦ୍ଧି ପାଇଛି ।

 ଆନ୍ତର୍ଜାତୀୟ ବଜାରରେ ତୈଳ ଦର ମୂଲ୍ୟରେ ବୃଦ୍ଧି ଘଟୁଥିବା ଯୋଗୁଁ ଭାରତୀୟ ତୈଳ କମ୍ପାନୀ ଗୁଡିକ ଏହି ମୂଲ୍ୟ ବଢିଥିବା ନେଇ ସୂଚନା ଦେଇଛନ୍ତି । ଏହି ନୂତନ ମୂଲ୍ୟ ନଭେମ୍ବର ପହିଲାରୁ ଲାଗୁ ହେବ ବୋଲି କୁହାଯାଇଛି । 
ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ: ରୋଷେଇ ଘରେ ମହଙ୍ଗା ମାଡ ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ: ରୋଷେଇ ଘରେ ମହଙ୍ଗା ମାଡ Reviewed by Kalinga Express on November 01, 2017 Rating: 5

No comments