ଶିଶୁ ଦିବସରେ ସାରା ଓଡିଶାର କୁନି କୁନି ପିଲାଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ: Kalinga Express


ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥିକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ପଣ୍ଡିତ ନେହେରୁଙ୍କ ଆଜିର ଏହି ଜନ୍ମ ତିଥିରେ ତଥା ଶିଶୁ ଦିବସରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସାରା ଓଡିଶାର କୁନି କୁନି ଶିଶୁ ପ୍ରତିଭାଙ୍କୁ ଦୂରଦର୍ଶନ ମାଧ୍ୟମରେ ଉଦବୋଧନ ଦେଇଛନ୍ତି । ଏଥିପାଇଁ ସାରା ରାଜ୍ୟରେ ବିଦ୍ୟାଳୟ ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । କିଛି ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ନବୀନ ଦେଇଥିଲେ ଉଦବୋଧନ ।

  ନବୀନ ତାଙ୍କ ଉଦବୋଧନରେ ପିଲାମାନଙ୍କୁ ମଧୁ ବାବୁଙ୍କ ପରି ହେବା ପାଇଁ ଆହ୍ଵାନ ଦେଇଛନ୍ତି । ମଧୁ ବାବୁ ଯେପରି ଛାତ୍ର ସମୟରେ ଗାଁ ରାସ୍ତା ସମତୁଲ କରିଥିଲେ ଏବଂ ଦେଶ ଓ ଓଡିଆ ଜାତି ପାଇଁ ଲଢି ଚିର ନମସ୍ୟ ହେଇ ରହିଗଲେ ସେହିଭଳି ତାଙ୍କୁ ଅନୁସରଣ କରିବାକୁ କହିଥିଲେ । ବିଜୁ ବାବୁଙ୍କ ପରି ସାହସୀ ହେବା ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ କହିଥିଲେ । ସମସ୍ତ ପିଲାଙ୍କ ଭିତରେ ଭରି ରହିଛି ଅନେକ ପ୍ରକାର ପ୍ରତିଭା । ସେଇ ପ୍ରତିଭା ଖୋଜିବା ହେଉଛି ଆଜି ଶିଶୁ ଦିବସ ପାଳନର ମୁଖ୍ୟ ଲକ୍ଷ ବୋଲି ନବୀନ କହିଥିଲେ । ଛାତ୍ର ଛାତ୍ରୀ ମାନେ ଦେଶର ଭବିଷ୍ୟତ ବୋଲି କହିଥିଲେ । ପିତା ମାତାଙ୍କୁ ସମ୍ମାନ ଦେବା ଏବଂ ସମାଜର ଉନ୍ନତିରେ ନିଜକୁ ସାମିଲ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି । ପିଲାମାନଙ୍କ ପାଇଁ ସରକାରଙ୍କ ସବୁ ବ୍ୟବସ୍ଥା ରହିଥିବା ସେ କହିଛନ୍ତି । ସମସ୍ତ ପିଲା କେମିତି ସରକରୀ ସୁବିଧାରୁ ଉପକୃତ ହେଇପାରିବେ ତାହା ମଧ୍ୟ କହିଛନ୍ତି ନବୀନ । ବିଶେଷ କରି ନବୀନ ଏହି ଉଦବୋଧନ ଓଡିଆ କିମ୍ବା ଇଂରାଜୀରେ କହିବେ ତାହା ସମସ୍ତେ ଚାହିଁରହିଥିଲେ । ସମସ୍ତଙ୍କୁ ଚକିତ କରି ନବୀନ ଓଡିଆରେ ତାଙ୍କ ଭାଷଣ ଆରମ୍ଭ କରିଥିଲେ ।
ଶିଶୁ ଦିବସରେ ସାରା ଓଡିଶାର କୁନି କୁନି ପିଲାଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ: Kalinga Express ଶିଶୁ ଦିବସରେ ସାରା ଓଡିଶାର କୁନି କୁନି ପିଲାଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ: Kalinga Express Reviewed by Kalinga Express on November 14, 2017 Rating: 5

No comments