ଓଡ଼ିଶାର ଏକ ଫେସବୁକ ପେଜ୍ ପୋଲିଂ ସର୍ଭେରେ ମୋଦୀଙ୍କୁ ପଛରେ ପକାଇଲେ ନବୀନ: Kalinga Express


ଓଡ଼ିଶାର ଏକ ଫେସବୁକ ପେଜ୍ "Naveen The Hero of Odisha" ଦ୍ଵାରା କରାଯାଇଥିବା ପୋଲିଂ ସର୍ଭେରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଛରେ ପକାଇଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେଇଥିବା ଏହି ପୋଲିଂ ଆଜି ସକାଳେ ଶେଷ ହୋଇଥିଲା । ଦୀର୍ଘ ସାତ ଦିନ ଧରି ଚାଲିଥିଲା ଏହି ପୋଲିଂ ପ୍ରକ୍ରିୟା । ପ୍ରଥମ ଦିନରୁ ହିଁ ନବୀନ ଅଧିକ ଭୋଟ ପାଇ ଆଗରେ ରହିଥିବା ଦେଖାଯାଇଥିଲା । ଧୀରେ ଧୀରେ ମଧ୍ୟ ମୋଦୀଙ୍କର ଭୋଟ ବଢିବାକୁ ଲାଗିଥିଲା । ଆଜି ସକାଳ ୮:୪୦ ମିନିଟରେ ଏହି ଭୋଟିଙ୍ଗ ପ୍ରକ୍ରିୟା ଶେଷ ହୋଇଥିଲା । ଫେସବୁକ ବ୍ୟବହାର କରୁଥିବା ଲୋକମାନେ ସର୍ବ ମୋଟ ୧୩,୯୪୦ ଖଣ୍ଡ ଭୋଟ ଦେଇଥିଲେ । ନବୀନ ମୋଟ ୮.୯ ହଜାର ଖଣ୍ଡ ଭୋଟ ପାଇଥିବା ବେଳେ ମୋଦୀ ଙ୍କୁ ମିଳିଥିଲା ମାତ୍ର ୪.୯ହଜାର ଖଣ୍ଡ ଭୋଟ । ପର୍ସେଣ୍ଟ ହିସାବରେ ଦେଖିବାକୁ ଗଲେ ନବୀନ ୬୪ ପ୍ରତିଶତ ଭୋଟ ପାଇଥିବା ବେଳେ ମୋଦୀ ପାଇଥିଲେ ୩୬ ପ୍ରତିଶତ । 

  ଦୁଇ ଦଳ ତରଫରୁ ନିଜ ନେତାଙ୍କୁ ଜିତାଇବାକୁ ଚାଲିଥିଲା ଜୋରଦାର ପ୍ରୟାସ । ଏହି ଭୋଟିଙ୍ଗ ପ୍ରକ୍ରିୟାକୁ ଅନେକ ମାତ୍ରାରେ ଶେୟର କରି ନିଜ ଦଳର ନେତାଙ୍କୁ ଅଧିକ ଭୋଟ ମିଳିବା ଆଶାରେ ସାତ ଦିନ ଧରି ଚାଲିଥିଲା ଏକ ପ୍ରକାର ପ୍ରତୋଯୋଗିତା । ବିଜେଡି ଓ ବିଜେପିର ସୋସିଆଲ ମିଡିଆ ଶକ୍ତି ଲାଗିପଡିଥିଲେ ଏହି ଭୋଟିଙ୍ଗ କ୍ଷେତ୍ରରେ । ଶେଷରେ ବାଜି ମାରିନେଲେ ନବୀନ । 
ଓଡ଼ିଶାର ଏକ ଫେସବୁକ ପେଜ୍ ପୋଲିଂ ସର୍ଭେରେ ମୋଦୀଙ୍କୁ ପଛରେ ପକାଇଲେ ନବୀନ: Kalinga Express ଓଡ଼ିଶାର ଏକ ଫେସବୁକ ପେଜ୍ ପୋଲିଂ ସର୍ଭେରେ ମୋଦୀଙ୍କୁ ପଛରେ ପକାଇଲେ ନବୀନ: Kalinga Express Reviewed by Kalinga Express on November 18, 2017 Rating: 5

3 comments